ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ବହୁ ସଂଖ୍ୟକ ଲୋକ ସୋସିଆଲ ମିଡିଆ ଆପ୍‌ ବ୍ୟବହାର କରିଥାନ୍ତି। ଗୋଟିଏ ହିସାବ ଅନୁଯାୟୀ ଦେଶରେ ସୋସିଆଲ ମିଡିଆ ଆପ୍‌ର ୟୁଜର ହେଉଛନ୍ତି ପ୍ରାୟ ୫୦ କୋଟି। ସମାଜିକ ଗଣମାଧ୍ୟମ ବଜାରରେ କିନ୍ତୁ ବିଦେଶୀ ଆପ୍‌ଗୁଡ଼ିକର ଦବଦବା ଖୁବ ଅଧିକ। ଏହାକୁ ଆଖିରେ ରଖି ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି ଭାରତର ନିଜସ୍ୱ ସୋସିଆଲ ମିଡିଆ ଆପ। ଉପରାଷ୍ଟ୍ରପତି ଭେଙ୍କେଆ ନାଇଡୁ ଏହି ଆପ୍‌କୁ ଲୋକାର୍ପଣ କରିବେ।

ଏହି ଆପର ନାମ ଦିଆଯାଇଛି ‘ଏଲିମେଣ୍ଟସ’। ବିଗତ କିଛିଦିନ ଧରି ଡାଟା ପ୍ରାଇଭେସିକୁ ନେଇ ତୁମ୍ବିତୋଫାନ ହୋଇଥିବାରୁ ଆଶା କରାଯାଉଛି ଏହି ଆପ୍‌ ସେହି ସମସ୍ୟାକୁ ଦୂର କରିବାକୁ ସମର୍ଥ ହେବ। ଆସନ୍ତାକାଲି ଏହି ଆପ୍‌ ଲଞ୍ଚ୍‌ ବେଳେ ଆର୍ଟ ଅଫ ଲିଭିଙ୍ଗର ସଂସ୍ଥାପକ ଶ୍ରୀ ଶ୍ରୀ ରବି ଶଙ୍କର, ଯୋଗଗୁରୁ ରାମଦେବ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ  ମଧ୍ୟ ଉପସ୍ଥିତ ରହିବେ।

ଏହି ଆପ ଏବେ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଅଛି ଓ ଲୋକେ ଡାଉନଲୋଡ ବି କରୁଛନ୍ତି।

Comment