ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟିଭି ଷ୍ଟାର ହୁଅନ୍ତୁ ବା ଫିଲ୍ମ ଷ୍ଟାର ସମସ୍ତେ ସୋସିଆଲ ମିଡିଆରେ ବେଶ ଆକ୍ଟଭ ରହିଥାନ୍ତି। କାରଣ କଳାକାରମାନଙ୍କ ଜୀବନରେ ସୋସିଆଲ ମିଡିଆର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ସୋସିଆଲ ମିଡିଆ ମାଧ୍ୟମରେ ସେମାନେ ନିଜ ପ୍ରଶଂସକଙ୍କ ସହ ଯୋଡ଼ି ହେବା ସହ ଆଗାମୀ ପ୍ରୋଜେକ୍ଟକୁ ପ୍ରମୋଟ କରିଥାନ୍ତି। କିନ୍ତୁ ବେଳେବେଳେ ଏହି ସେଲିବ୍ରିଟିମାନେ କୌଣସି କାରଣରୁ ଏହି ପ୍ଲାଟଫର୍ମରୁ ବ୍ରେକ ନେଇଥା’ନ୍ତି । ଆସନ୍ତୁ ଜାଣିବା ସେହି ସେଲିବ୍ରିଟିଙ୍କ ବିଷୟରେ ଯେଉଁମାନେ ସୋସିଆଲ୍ ମିଡିଆରୁ ବ୍ରେକ ନେିଛନ୍ତି।chahat khanna

ଚାହତ୍ ଖାନ୍ନା

ଟିଭି ଅଭିନେତ୍ରୀ ଚାହତ ଖାନ୍ନା ଏବଂ ମିକା ସିଂ ଲକଡାଉନ୍ ସମୟରେ ଏକ ମ୍ୟୁଜିକ୍ ଭିଡିଓ କରିଥିଲେ, ଯାହା ପରେ ୟୁଜର୍ସ ଉଭୟଙ୍କୁ ଯାଡ଼ି ଟ୍ରୋଲ କରିଥିଲେ।  ଏହାପରେ ଟିଭି ଅଭିନେତ୍ରୀ ଚାହତ ଖାନ୍ନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରିଦେଇଥିଲେ।

ଜୟ ସୋନି

ଗତବର୍ଷ ଜୟ ସୋନି କେବଳ ସୋସିଆଲ ମିଡିଆରୁ ବିରତି ନେଇ ନଥିଲେ, ବରଂ ତାଙ୍କର ସମସ୍ତ ଫଟୋ ମଧ୍ୟ ଡିଲିଟ କରିଥିଲେ।

ଅଙ୍କିତା ଲୋଖଣ୍ଡେ

ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି।  କିନ୍ତୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଜୁନ୍‌ ୧୪ଠାରୁ ସୋସିଆଲ ମିଡିଆରେ କିଛି ପୋଷ୍ଟ କରିନାହାଁନ୍ତି।

ଆଶା ନେଗି

କିଛି ଦିନ ପୂର୍ବରୁ ଅଭିନେତା ରିତ୍ୱିକ ଧନଜାନୀ ଏବଂ ଆଶା ନେଗିଙ୍କ ବ୍ରେକଅପ୍ ଖବର ସାମ୍ନାକୁ ଆସିଛି। ଯାହା ପରେ ଅଭିନେତ୍ରୀ ଆଶା ନେଗି ସୋସିଆଲ ମିଡିଆରୁ୧ ସପ୍ତାହ ବ୍ରେକ ନେଇଥିଲେ।

ନେହା କକ୍କର

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଗାୟିକା ନେହା କକ୍କର ସୋସିଆଲ ମିଡିଆରୁ କିଛି ଦିନ ବ୍ରେକ ନେଇଛନ୍ତି।

Comment