ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ୟାଡମିଣ୍ଟନ ଖେଳାଳି ଭାବେ ସାରା ବିଶ୍ୱରେ ପରିଚୟ ସୃଷ୍ଟି କରିଛନ୍ତି ପିଭି ସିନ୍ଧୁ। ସିନ୍ଧୁଙ୍କ ପ୍ରତିଭା ପାଇଁ ପୂରା ଦେଶ ଆଜି ଗର୍ବିତ। ଭାରତର ସୁନା ଝିଅ ସିନ୍ଧୁ ଆଜି ୨୫ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୯୫ରେ ହାଇଦ୍ରାବଦରେ ଜନ୍ମିତ ସିନ୍ଧୁଙ୍କ ସଫଳତା ପଛରେ ତାଙ୍କ ଫିଟନେସ୍‌ ରହିଛି ବୋଲି ସେ କହନ୍ତି। ଆସନ୍ତୁ ଜାଣିବା ସିନ୍ଧୁ କିଭଳି ଏମିତି ଫିଟ୍ ରହିଛନ୍ତି..

ସିନ୍ଧୁ ଖୁବ୍ କଠିନ ଫିଟ୍‌ନେସ୍‌ ପ୍ଲାନ୍ ଫଲୋ କରନ୍ତି। ଭୋର୍ ୩ଟା ୩୦ରେ ସେ ଉଠନ୍ତି। କୋଚ୍ ଗୋପୀଚାନ୍ଦଙ୍କ ସହିତ ୪.୩୦ରୁ ୭ଟା ଯାଏ ଅଭ୍ୟାସ କରନ୍ତି। ସକାଳ ୭ଟାରେ ବିରତି ନେଇ ଜଳଖିଆ ଖାଇଥାନ୍ତି। ୮ଟାରୁ ତାଙ୍କର ଦ୍ୱିତୀୟ ସେସନ୍ ଅଭ୍ୟାସ ଆରମ୍ଭ ହୁଏ।

୧୦ଟା ବେଳକୁ ତାହା ଶେଷହୁଏ। ପୁଣି ୧୧ଟାରେ ସେ ଅଭ୍ୟାସ ଆରମ୍ଭ କରିଥାନ୍ତି ଯାହାକି ୧୨ଟା ପର୍ଯ୍ୟନ୍ତ ଚାଲେ। ଦିନ ୧ଟାରେ ସେ ମଧ୍ୟାହ୍ନ ଭୋଜନ ଖାଆନ୍ତି। ସନ୍ଧ୍ୟାରେ ସେ ଜିମ୍ ଯିବା ସହିତ ଦୌଡ଼ିଥାନ୍ତି। ନ ଦୌଡ଼ିଲେ ତାଙ୍କର ୱାର୍କଆଉଟ୍‌ ରୁଟିନ୍ ପୂରା ହୁଏନାହିଁ। ବ୍ୟାୟାମ ସମୟରେ ଶରୀରର ସବୁ ଅଙ୍ଗର ଯେପରି ବ୍ୟାୟାମ ହେବ ସେଥିପ୍ରତି ସେ ଦୃଷ୍ଟି ଦିଅନ୍ତି।

ଖାଦ୍ୟରେ ସେ କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନ୍‌କୁ ବାଲାନ୍ସ କରନ୍ତି। ସେଥିଲାଗି ସକାଳ ଜଳଖିଆରେ କ୍ଷୀର, ଅଣ୍ଡା ଏବଂ ଫଳ ଖାଇଥାନ୍ତି।

ଦିନସାରା ଅଭ୍ୟାସ ସମୟରେ ପ୍ରବଳ ପାଣି ଏବଂ ଅନ୍ୟ ପାନୀୟ ପିଅନ୍ତି। ସମୟ ସମୟରେ ଡ୍ରାଏ ଫ୍ରୁଟସ ଏବଂ ତଟକା ଫଳ ବି ଖାଆନ୍ତି। ମଧ୍ୟାହ୍ନଭୋଜନ ଓ ରାତ୍ରିଭୋଜନରେ ଭାତ, ତରକାରୀ ସହ ସେ ମାଂସ ଖାଇଥାନ୍ତି। ମାସରେ ଥରେ ସେ ବାହାରେ ଖାଦ୍ୟ ଖାଇଥାନ୍ତି।

Comment