ଓଡ଼ିଶାଲାଇଭ୍ ବ୍ୟୁରୋ

rose water

ଖରାଦିନେ ତାପମାତ୍ରା ତଥା ଅଧିକ ମାତ୍ରାରେ ଝାଳ ବହୁଥିବାରୁ ତ୍ୱଚାଜନିତ ଅନେକ ସମସ୍ୟା ଦେଖାଦିଏ। ପୋଷକ ତତ୍ତ୍ୱର ଅଭାବ ଏବଂ ତ୍ୱଚାର ସଠିକ୍ ଯତ୍ନ ନ ନେଇପାରିଲେ ତ୍ୱଚା ମଳିନ ଦିଶେ। ତେବେ ଏହି ସମୟରେ ଘରେ ପ୍ରାକୃତିକ ଜିନିଷ ବ୍ୟବହାର କରି ଆପଣ ପ୍ରସ୍ତୁତ କରିପାରିବେ ଗୋଲାପ ଜଳ ଫେସ୍ ସ୍ପ୍ରେ। ଏହା ତ୍ୱଚାକୁ ତାଜା ଏବଂ ଚମକଦାର କରାଇଥାଏ। ତେବେ ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ଏହି ଫେସ୍ ସ୍ପ୍ରେ-

ଗୋଟିଏ ପାତ୍ରରେ ପାଣି ସହ କିଛି ଗୋଲାପ ଫୁଲ ପାଖୁଡ଼ା ମିଶାନ୍ତୁ। ଏହାକୁ ପୂରାରାତି ଛାଡ଼ିଦିଅନ୍ତୁ। ସକାଳୁ ଏହି ପାଣିକୁ ଛାଣନ୍ତୁ।

rose water face apray

ଏହାପରେ ଏହି ପାଣି ଗ୍ୟାସ୍ ଉପରେ ରଖି ୧୫ ଯାଏଁ ଫୁଟାନ୍ତୁ। ଏହାପରେ ଏଥିରେ କିଛିମାତ୍ରାରେ କାମୋମାଇଲ୍ ତେଲ ମିଶାନ୍ତୁ ।

ପରେ ଏହାକୁ ଏକ ସ୍ପ୍ରେ ବୋତଲରେ ଭର୍ତ୍ତୀ କରି ଥଣ୍ଡା ହେବା ପାଇଁ ଫ୍ରିଜରେ ରଖିଦିଅନ୍ତୁ। ଏହି ସ୍ପ୍ରେକୁ ରାତିରେ ଶୋଇବା ପୂର୍ବରୁ ବା ସକାଳୁ ମୁହଁ ଧୋଇବା ପରେ ବ୍ୟବହାର କରିପାରିବେ।

rose water

ଏହି ମିଶ୍ରଣକୁ ପ୍ରତିଦିନ ମୁହଁରେ ସ୍ପ୍ରେ କରିବା ଦ୍ୱାରା ମୁହଁରୁ ଦାଗ ଓ ବ୍ରଣ ଆଦି ଦୂର ହୋଇଥାଏ। ଏହା ତ୍ୱଚାର ଥକାପଣ ଦୂର କରିବା ସହ ଚେହେରାର ଚମକ ବଢ଼ାଇଥାଏ। ଏହାର ବ୍ୟବହାର ଦ୍ୱାରା ତ୍ୱଚା ହାଇଡ୍ରେଟ୍ ରହିବା ସହ ଇନଫେକ୍ସନ, ଏଲର୍ଜି ଆଦିର ଭୟ ନଥାଏ।

Comment