ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ତନାଘନା ଜାରି ରଖିଛି ବାନ୍ଦ୍ରା ପୋଲିସ। ଏହି ମାମଲାରେ ପୋଲିସ ପ୍ରାୟ ୨୮ଜଣଙ୍କୁ ପଚରା ଉଚରା କରିଥିଲା ବେଳେ ସୋମବାର ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂସାଲିଙ୍କୁ ମଧ୍ୟ ପଚରାଉଚରା କରିବ ପୋଲିସ। ନିଜର ବୟାନ ଦେବା ପାଇଁ ବାନ୍ଦ୍ରା ବୋଲିସ ଷ୍ଟେସନରେ ପହଞ୍ଚିଛନ୍ତି ସଞ୍ଜୟ ଲୀଳା ଭଂସାଲି।

ସଞ୍ଜୟ ଲିଳା ଭଂସାଲିଙ୍କୁ ପଚରାଉଚରା କରିବାର କାରଣ ହେଉଛି ସୁଶାନ୍ତଙ୍କୁ ସେ ଦୁଇଥର ଅଫର୍ କରିଥିଲେ। କିନ୍ତୁ ପରେ ତାଙ୍କୁ ଫିଳ୍ମରେ ନେଇ ନଥିଲେ। ସୁଶାନ୍ତ ସିଂ ରାଜପୁତଙ୍କୁ ସଞ୍ଜୟ ଲୀଲା ଭଂସାଲିଙ୍କ ସୁପରହିଟ୍ ଫିଲ୍ମ ରାମଲୀଳା ଅଫର୍‌ କରାଯାଇଥିଲା

ଏଥି ସହିତ ଆଉ ଏକ ସୁପରହିଟ୍ ଫିଲ୍ମ ‘ବାଜିରାଓ ମସ୍ତାନୀ’ ପାଇଁ ସୁଶାନ୍ତ ସିଂ ମଧ୍ୟ ପ୍ରଥମ ପସନ୍ଦ ହୋଇଥିଲେ। କିନ୍ତୁ ପରେ ସେ ଏହି ଚଳଚ୍ଚିତ୍ରରେ ମଧ୍ୟ କାମ କରିପାରିନଥିଲେ।

Comment