ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ସୋମବାର ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୨ ମୃତକଙ୍କ ମଧ୍ୟରୁ ଜଣେ ଗଞ୍ଜାମର ୭୭ ବର୍ଷୀୟ ବ୍ୟକ୍ତି ଓ ଅନ୍ୟ ଜଣେ ଯାଜପୁରର ୬୪ ବର୍ଷୀୟ ବ୍ୟକ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଛି। ସେହିପରି ଗଞ୍ଜାମରେ ମୋଟ ମୃତ୍ୟୁ ସଂଖ୍ୟା ୨୧ରେ ପହଞ୍ଚିଥିଲା ବେଳେ ଯାଜପୁର ଜିଲ୍ଲାରେ ଏହା ପ୍ରଥମ ମୃତ୍ୟୁ।

୨୪ ଘଣ୍ଟା ମଧ୍ୟରେ ୪୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୫୨୬ ରେ ପହଞ୍ଚିଛି। ଏଥିମଧ୍ୟରୁ ୩୨୫୪ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୨୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comment