ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ସାଂଘାତିକ ହେଉଛି। ସୋମବାର ରାଜ୍ୟରେ ପୁଣି ୨୪ ଜିଲ୍ଲାରୁ ୪୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୪୫୬ ମଧ୍ୟରୁ ୩୦୯ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୧୪୭ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ଅନୁଗୁଳରୁ ୧, ବାଲେଶ୍ୱରରୁ ୧୪, ବରଗଡ଼ରୁ ୩୩, ଭଦ୍ରକରୁ ୧୨, ବଲାଙ୍ଗିରରୁ ୬, କଟକରୁ ୧୩ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଢେଙ୍କାନାଳରୁ ୧, ଗଜପତିରୁ ୧, ଗଞ୍ଜାମରୁ ସର୍ବାଧିକ ୧୬୬, ଜଗତସିଂହପୁରରୁ ୨୩, ଯାଜପୁରରୁ ୫୭, କଳାହାଣ୍ଡିରୁ ୧, କନ୍ଧାମାଳରୁ ୩, କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝର ୨, ଖୋର୍ଦ୍ଧାରୁ ୨୧, କୋରାପୁଟରୁ ୧୦,  ମୟୁରଭଞ୍ଜରୁ ୮, ନବରଙ୍ଗପୁରରୁ ୨୪, ନୟାଗଡ଼ରୁ ୨୪, ପୁରୀରୁ ୩, ରାୟଗଡ଼ାରୁ ୧୩, ସମ୍ବଲପୁରୁରୁ ୧୫, ସୁନ୍ଦରଗଧରୁ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬ରେ ପହଞ୍ଚିଛି। ୬୨୨୪ ଜଣ ସୁସ୍ଥ ହୋଇଥିଲା ବେଳେ ୩୨୫୪ ଆକ୍ଟିଭ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ରହିଛି।

Comment