ଡ଼ିଶାଲାଇଭ ବ୍ୟୁରୋ

  • କୋଭିଡ୍‌ ଯୁଦ୍ଧ ଜିତିବା ପାଇଁ ତ୍ୟାଗ, ସଂଜମ ଓ ଶୃଙ୍ଖଳାକୁ ଆପଣାନ୍ତୁ
  • ପୁରୀବାସୀ ସାରା ବିଶ୍ୱ ପାଇଁ ଉଦାହରଣ ପାଲଟିଛନ୍ତି
  • କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ କରନ୍ତୁ
  • ବାହାରକୁ ଯାଆନ୍ତୁ ନାହିଁ
  • ବାପା, ମା’ଙ୍କ ପରାଇଁ ବିପଦ ଡାକନ୍ତୁ ନାହିଁ

‘‘ଭାରତ ସମେତ ଆମ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ସଂକ୍ରମଣ ପ୍ରତି ୪ ଦିନରେ ଲକ୍ଷେ ବଢୁଛି। ବର୍ଷା ଦିନେ ସଂକ୍ରମଣ ବଢ଼ିବାର ଅଧିକ ସମ୍ଭାବନା ରହୁଛି। ଏଥିପ୍ରତି ସତର୍କ ରହିବାକୁ ପଡ଼ିବ। ବିଶେଷକରି ଯୁବପିଢ଼ିମାନେ ଗହଳିକୁ ଯାଆନ୍ତୁ ନାହିଁ କି ଗହଳି କରନ୍ତୁ ନାହିଁ। ଅଯଥାରେ ବାହାରକୁ କେହି ବାହାରନ୍ତୁ ନାହିଁ’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କରୋନା ଯୁଦ୍ଧ ଜିତିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ତିନି ମନ୍ତ୍ର ଦେଇଛନ୍ତି। ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା ଯୁଦ୍ଧ ଜିତିବା ପାଇଁ ତ୍ୟାଗ, ସଂଯମ ଏବଂ ଶୃଙ୍ଖଳାକୁ ମାନିବା ଦରକାର।

‘‘ପୁରୀ ଆଜି ସାରା ଦୁନିଆକୁ ବାଟ ଦେଖାଇଛି। କୋଭିଡ ଗାଇଡଲାଇନ ମାନି କିପରି କାମ କରିବାକୁ ହେବ ସେଥିପାଇଁ ପୁରୀ ପ୍ରେରଣା ଦେଇଛି ମହାପ୍ରଭୁ। ନିଜେ ବାହାରକୁ ଆସି ତ୍ୟାଗ, ସଂଯମ ଓ ଶୃଙ୍ଖଳାର ବାଟ ଦେଖାଇଲେ। ତେଣୁ କୋଭିଡ ଯୁଦ୍ଧ ଜିତିବାକୁ ହେଲେ ଆମକୁ ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମାର୍ଗ ଆପଣେଇବାକୁ ହେବ। ଏ ତିନୋଟି ଅସ୍ତ୍ର ହିଁ କୋଭିଡ ଯୁଦ୍ଧରେ ଆମକୁ ବିଜୟ ଆଣିଦେବ’’, କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ମହାପ୍ରଭୁ ୪ଦିନ ବଡଦାଣ୍ଡରେ ରହିଲେ। କିନ୍ତୁ ପୁରୀର ଜନସାଧାରଣ କୋଭିଡ ଗାଇଡଲାଇନ ମାନି, କେହି ଜଣେ ବି ରାସ୍ତାକୁ ଆସିନଥିଲେ। ସମସ୍ତେ ଘରେ ବସି ଟିଭିରେ ମହାପ୍ରଭୁଙ୍କ ଯାତ୍ରା ଦେଖିଲେ। ପୁରୀବାସୀଙ୍କ ଏହି ଶୃଙ୍ଖଳା ଓ ସଂଯମତାର ତୁଳନା ନାହିଁ। ସେମାନଙ୍କ ତ୍ୟାଗର ତୁଳନା ନାହିଁ। ତ୍ୟାଗ ହିଁ ସର୍ବଶ୍ରେଷ୍ଠ ଭକ୍ତି। ସମାଜର ମଙ୍ଗଳ ପାଇଁ ତ୍ୟାଗ ହିଁ ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ଅଧିକ ନିବିଡ କରିଥାଏ।

ମୁଖ୍ୟମନ୍ତ୍ରୀଙ୍କ ଅପିଲ

  •  ଅତି ଦରକାର ନହେଲେ ବାହାରକୁ ଯାଆନ୍ତୁ ନାହିଁ।
  • ବାହାରେ, ଅଫିସରେ, କର୍ମକ୍ଷେତ୍ରରେ ସବୁବେଳେ ମାସ୍କ ବ୍ୟବହାର କରନ୍ତୁ।
  • ସାମାଜିକ ଦୂରତା ରକ୍ଷା କରନ୍ତୁ।
  • ବାରମ୍ବାର ସାବୁନରେ ଭଲଭାବରେ ହାତ ଧୁଅନ୍ତୁ।
  • ଗହଳି କରନ୍ତୁ ନାହିଁ କିମ୍ବା ଗହଳିକୁ ଯାଆନ୍ତୁ ନାହିଁ।
  • ବୟସ୍କ ଲୋକ ଓ ଶିଶୁମାନଙ୍କର ବିଶେଷ ଯତ୍ନ ନିଅନ୍ତୁ।
  • ଯୁବ ସମାଜକୁ କୋଭିଡ ନିୟମକୁ ଠିକ ଭାବରେ ପାଳନ କରନ୍ତୁ।

Comment