ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
- ରାଜ୍ୟର ଆଉ ୨୧୭ ଆକ୍ରାନ୍ତ ସୁସ୍ଥ
- ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୯୬ ଜଣ ସୁସ୍ଥ
- ରାଜ୍ୟର ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୬୭୦୩କୁ ବୃଦ୍ଧି
ଗୋଟିଏ ପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ଚାଲିଛି। ଅନ୍ୟପଟେ ଏହାକୁ ତାଳ ଦେଇ ରୋଗୀମାନେ ସୁସ୍ଥ ହେବାରେ ମଧ୍ୟ ଲାଗିଛନ୍ତି। ମଙ୍ଗଳବାର ଆଉ ୨୧୭ ଜଣ ଆକ୍ରାନ୍ତ ସୁସ୍ଥ ହେବା ସହିତ ରାଜ୍ୟର ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୬୭ ଶହ ଟପିଛି।
5 from Angul & Cuttack
4 each from Dhenkanal and Puri
3 from Jagatsinghpur
2 each from Kendrapara & Sonepur
1 BolangirThe total recovered case of Odisha now stand at 6703
— H & FW Dept Odisha (@HFWOdisha) July 7, 2020
ମଙ୍ଗଳବାର ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୯୬ ଜଣ ରହିଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୮, ବାଲେଶ୍ୱରରୁ ୧୬, ମୟୂରଭଞ୍ଜରୁ ୧୫, ବରଗଡ଼ରୁ ୧୩, କେନ୍ଦୁଝରରୁ ୧୨, ମାଲକାନଗିରିରୁ ୭, ଯାଜପୁରରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି ଅନୁଗୁଳ ଓ କଟକରୁ ୫ ଜଣ ଲେଖାଏଁ, ଢେଙ୍କାନାଳ ଓ ପୁରୀରୁ ୪ ଜଣ ଲେଖାଏଁ, ଜଗତସିଂହପୁରରୁ ୩ ଜଣ ସୁସ୍ଥ ହୋଇଛନ୍ତି। କେନ୍ଦ୍ରାପଡ଼ା ଓ ସୋନପୁରରୁ ୨ ଜଣ ଲେଖାଏଁ ଓ ବଲାଙ୍ଗିରର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।