ଡ଼ିଶାଲାଇଭ ବ୍ୟୁରୋ

କରୋନା ମହାମାରୀ ପାଇଁ ସାରା ଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ନୂଆ ପାଠ୍ୟକ୍ରମ କେବେଠୁ ଆରମ୍ଭ ହେବ ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ। ଏହାରି ଭିତରେ ସିବିଏସ୍‌ଇ ସିଲାବସ୍‌ ୩୦ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର।

ସିଲାବସ୍‌ରୁ କେଉଁ ବିଷୟ ବାଦ୍‌ ଦିଆଯିବ ଏବଂ କ’ଣ ରହିବ ତା’ ଉପରେ ସିବିଏସ୍‌ଇ ପକ୍ଷରୁ ଗଠନ କରାଯାଇଥିବା କମିଟି ନିଷ୍ପତ୍ତି ନେବ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ କହିଛନ୍ତି ଯେ, ସିବିଏସ୍‌ଇର ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍‌କୁ ୩୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ପିଲାମାନଙ୍କ ପାଇଁ ଆବଶ୍ୟକ ମୁଖ୍ୟ ବିଷୟବସ୍ତୁ ଏଥିରେ ରହିବ।

ସିଲାବସ୍‌ରେ କେତେ ପ୍ରତିଶତ ହ୍ରାସ କରାଯିବ ଏବଂ କ’ଣ ସବୁ ବିଷୟ ରହିବ ସେନେଇ ଦେଶର ସବୁ ଶିକ୍ଷାବିତଙ୍କଠାରୁ ପ୍ରସ୍ତାବ ଆହ୍ୱାନ କରାଯାଇଥିଲା। ୧୫ ଶହରୁ ଅଧିକ ପ୍ରସ୍ତାବ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ।

Comment