ଓଡ଼ିଶାଲାଇଭ୍ ବ୍ୟୁରୋ

masur dal

ତ୍ୱଚାକୁ ସଫା ଏବଂ ଉଜ୍ଜଳ ରଖିବା ପାଇଁ ମସୁର ଡାଲି ସ୍କ୍ରବ୍ ବ୍ୟବହାର କରିବା ଅତ୍ୟନ୍ତ ଲାଭଦାୟୀ। ତେବେ ସମସ୍ତେ ନିଜ ସ୍କିନ୍ ଟାଇପ୍ ଅନୁଯାୟୀ ସ୍କ୍ରବ୍ ବ୍ୟବହାର କରିଥାନ୍ତି। ମସୁର ଡାଲିରେ ତିଆରି ସ୍କ୍ରବ୍ ସବୁ ପ୍ରକାର ତ୍ୱଚା ପାଇଁ ଉପଯୋଗୀ। ଏଥିରେ ଥିବା ପ୍ରୋଟିନ୍ ତ୍ୱଚାରୁ ଟ୍ୟାନିଂ ଦୂର କରିବା ସହ ଏହାକୁ କୋମଳ କରିଥାଏ। ତେବେ ଆସନ୍ତୁ ଜାଣିବା ମସୁର ଡାଲିରୁ ତିଆରି କିଛି ସ୍କ୍ରବ୍ ବିଷୟରେ-

ଶୁଷ୍କ ତ୍ୱଚା ପାଇଁ-

masur dal face scrub

ମସୁର ଡାଲିର ଗୁଣ୍ଡ କରି ଏଥିରେ କମଳା ଚୋପା ଗୁଣ୍ଡ, ଶୁଖିଲା ଗୋଲାପ ପତ୍ର, ଡାଲି ଗୁଣ୍ଡର ଅଧା ଚନ୍ଦନ ପାଉଡର ଏବଂ ଭିଟାମିନ୍ ଇ କ୍ୟାପସୁଲ୍ ଦୁଇଟି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁ, ବେକ ଏବଂ ହାତରେ ଲଗାଇ କିଛି ସମୟ ରଖନ୍ତୁ। ଏହି ପେଷ୍ଟ ଶୁଖିବା ପରେ ଏହାକୁ ଧିରେ ଧିରେ ସ୍କ୍ରବ୍ କରି ଛଡ଼ାନ୍ତୁ।

ତୈଳଯୁକ୍ତ ତ୍ୱଚା-

masur dal face scrub-2

ଯେତିକି ପରିମାଣରେ ମସୁର ଡାଲି ଗୁଣ୍ଡ ଠିକ୍ ସେତିକି ପରିମାଣରେ ବାଦାମ ଗୁଣ୍ଡ ମିଶାନ୍ତୁ। ଏଥିରେ ଅଳ୍ପ ହଳଦୀ, କଞ୍ଚା କ୍ଷୀର ମିଶାଇ ମୁହଁରେ ଲଗାନ୍ତୁ। ଏହାକୁ ତ୍ୱଚାର ତଳ ପାର୍ଶରୁ ସରକୁଲାର ମୋସନରେ ଚେହେରାରେ ମସାଜ କରନ୍ତୁ। ଏହା ତ୍ୱଚା ପାଇଁ ବହୁତ ଲାଭଦାୟୀ।

ଶିଶୁଙ୍କ ତ୍ୱଚା ପାଇଁ-

baby

ଶିଶୁଙ୍କ ଚେହେରାରେ ହେଉଥିବା ଇନଫେକ୍ସନ ପାଇଁ ମସୁର ଡାଲି ସ୍କ୍ରବ୍ ଭଲ କାମ କରେ। ଏଥିପାଇଁ ମସୁର ଡାଲି ସହ ବେସନ, ୪ରୁ ୫ଟି କଞ୍ଚା ବାଦାମର ଗୁଣ୍ଡ, ଅଧା ଚାମଚ ହଳଦୀ ଗୁଣ୍ଡ, ଗୋଟିଏ ଚାମଚ ବାଦାମ ତେଲ, ଗୋଟିଏ ଚାମଚ କ୍ଷୀର, ଗୋଟିଏ ଚାମଚ ଗୋଲାପ ଜଳ ମିଶାନ୍ତୁ। ଏହି ପେଷ୍ଟକୁ ଶିଶୁର ଚେହେରାରେ ଲଗାନ୍ତୁ ଏବଂ ଶୁଖିଲା ପରେ ହାଲକା ଉଷୁମ ପାଣିରେ ଧୋଇଦିଅନ୍ତୁ। ବାଦମ ତେଲ ବଦଳରେ କ୍ଷୀର ସରର ବ୍ୟବହାର ମଧ୍ୟ କରିପାରିବେ। ତେବେ ଡାକ୍ତରଙ୍କ ପରାମର୍ଶ ନେଇ ଏହି ପେଷ୍ଟକୁ ଶିଶୁର ଚେହେରାରେ ବ୍ୟବହାର କରିବା ଉଚିତ୍।

Comment