ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

dil bechara

ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ଅଭିନେତା ସୁଶାନ୍ତ ସିଂଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟ୍ରେଲର୍ ଜୁଲାଇ ୬ ତାରିଖରେ ରିଲିଜ୍ ହୋଇଛି। ଏହାକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। କେବଳ ୯୮ ମିନିଟରେ ୧ ମିଲିୟନ ଲାଇକ୍ସ ପାଇ ଏହି ଟ୍ରେଲର୍ ବିଶ୍ୱ ରେକର୍ଡ କରିପାରିଛି। ବର୍ତ୍ତମାନ ସୁଦ୍ଧା ଏହାର ଟ୍ରେଲରକୁ ୨୦ ମିଲିୟନରୁ ଅଧିକ ଭିୟୁଜ୍ ମଧ୍ୟ ମିଳିସାରିଛି।

ଆସନ୍ତା ଜୁଲାଇ ୨୪ ତାରିଖରେ ଅନଲାଇନ ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି ସୁଶାନ୍ତ ଓ ସଂଜନୀ ସାଂଘୀଙ୍କ ଫିଲ୍ମ ‘ଦିଲ୍ ବେଚାରା’। ଏହି ଫିଲ୍ମରେ ଶେଷ ଥର ପାଇଁ ସୁଶାନ୍ତଙ୍କ ଅଭିନୟ ଦେଖିବାକୁ ପାଇବେ ଦର୍ଶକ। ଏହାର ଟ୍ରେଲରକୁ ମିଳିଥିବା ପ୍ରତିକ୍ରିୟାକୁ ଦେଖି ସୁଶାନ୍ତଙ୍କ ପିଲ୍ମ ପାଇଁ ତାଙ୍କ ଫ୍ୟାନ୍ସଙ୍କ ମନରେ ଥିବା ଆବେଗ ବିଷୟରେ ଜଣାପଡ଼ୁଛି। ସୋସିଆଲ ମିଡିଆରେ ଏହି ଟ୍ରେଲରକୁ ବାରମ୍ବାର ଦେଖାଯାଉଛି ଏବଂ ଫିଲ୍ମ ପାଇଁ ତାଙ୍କ ଫ୍ୟାନ୍ସଠାରୁ ଆରମ୍ଭ କରି ବଲିଉଡ କଳାକାର ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରିଛନ୍ତି।

dil bechara trailer

ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇସ୍ଥିତ ନିଜ ବାସଭବନରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ। ଏହି ଖବର ପରେ ତାଙ୍କ ପ୍ରଶଂସକ ଦୁଖଃରେ ଭାଙ୍ଗି ପଡ଼ିଛନ୍ତି। ତେବେ ତାଙ୍କ ଶେଷ ଫିଲ୍ମ ଜରିଆରେ ଦର୍ଶକଙ୍କ ମନରେ ସେ ସବୁବେଳେ ସ୍ମୃତି ହୋଇ ରହିବେ।

Comment