ଓଡ଼ିଶାଲାଇଭ ବ୍ୟୁରୋ

ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ପରେ ଏବେ ବିଭିନ୍ନ ଅଫିସଣ କର୍ମଚାରୀ ବି କରୋନା ଆକ୍ରାନ୍ତ ହେଉଛନ୍ତି। ଭୁବନେଶ୍ୱର ମୈତ୍ରୀ ବିହାରସ୍ଥିତ ଟେକ୍‌ ମହିନ୍ଦ୍ରା ଅଫିସରୁ ଗତ ୩ ଦିନ ଭିତରେ ୭ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସମ୍ପୂର୍ଣ୍ଣ ଅଫିସକୁ ସିଲ୍‌ କରିବା ସହ ସମସ୍ତ ୬୭ ଜଣ କର୍ମଚାରୀ ୨୦ ତାରିଖ ଯାଏ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛି। ସବୁ କର୍ମଚାରୀମାନଙ୍କର ସ୍ୱାବ୍‌ ସଂଗ୍ରହ କରାଯାଇଛି। ସମସ୍ତଙ୍କର କରୋନା ପରୀକ୍ଷା କରାଯିବ ବୋଲି ବିଏମ୍‌ସି ଜୋନାଲ ଡେପୁଟି କମିସନର ପ୍ରମୋଦ ପୃଷ୍ଟି ସୂଚନା ଦେଇଛନ୍ତି।

ଗତ ଜୁଲାଇ ୩ ତାରିଖରେ ଟେକ୍‌ ମହିନ୍ଦ୍ରାର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ବିଲ୍ଡିଂ ତୃତୀୟ ମହଲାକୁ ବନ୍ଦ କରିଦିଆଯାଇଥିଲା। ଏହି କର୍ମଚାରୀଙ୍କ ସଂସ୍ପର୍ଶରେ ୩୨ ଲୋକ ଆସିଥିବାରୁ ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଥିଲା।

Comment