ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରୁ ଆଜି ଆଉ ୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୨ ଜଣ ହୋମ୍‌କ୍ୱାରେଣ୍ଟାଇନ୍‌ ଏବଂ ୧୪ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ପାତ୍ରପଡ଼ା ଅଞ୍ଚଳରୁ ଜଣେ, କଟକ ରୋଡ୍‌ରୁ ଜଣେ, ଘରୋଇ ହସ୍ପିଟାଲର ୩ ଜଣ କର୍ମଚାରୀ, ଭୁବନେଶ୍ୱର ଆର୍‌ଟିଓ-୧ ଅଫିସର ୪ ଜଣ, ୟୁନିଟ୍‌-୮ରୁ ଜଣେ, ନୟାପଲ୍ଲୀରୁ ଜଣେ, ବେହେରାସାହିରୁ ଜଣେ, ଘାଟିକିଆ, ବମିଖାଲ, ପୋଖରୀପୁଟ, କୋଳଥିଆ, ଜୟଦେବବିହାରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

CGU newସେହିପରି କଳିଙ୍ଗନଗର, ୟୁନିଟ୍‌-୬ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୮ ଜଣ ସୁସ୍ଥ ହୋଇଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି।

ଭୁବନେଶ୍ୱରରେ ମୋଟ ୫୨୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୫ ଜଣ ସୁସ୍ଥ ହୋଇଛନ୍ତି। ୭ ଜଣଙ୍କର ମୃତ୍ୟୁ ହୋଇଥିଲା।

Comment