ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାରୁ ସୁସ୍ଥ ହେଲେ ଆଉ ୩୦୩ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର କରୋନା ସୁସ୍ଥଙ୍କ ସଂଖ୍ୟା ୭ ହଜାର ଟପିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୧୨୦ ଜଣ ରହିଛନ୍ତି। ସେହିପରି ଯାଜପୁରରୁ ୪୬, ଖୋର୍ଦ୍ଧାରୁ ୨୮, କଟକରୁ ୨୧, କେନ୍ଦୁଝରରୁ ୧୬, ନୟାଗଡ଼ରୁ ୧୪, ନବରଙ୍ଗପୁରରୁ ୯, ପୁରୀରୁ ୭ ଓ ବରଗଡ଼ରୁ ୬ ଜଣ ସୁସ୍ଥ ହୋଇଛନ୍ତି।CGU newସେହିପରି ଢେଙ୍କାନାଳ, ଝାରସୁଗୁଡ଼ା, ମୟୂରଭଞ୍ଜର ୫ ଜଣ ଲେଖାଏଁ ଏବଂ ଅନୁଗୁଳ, ନୂଆପଡ଼ାର ୪ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁରୂପ ଭାବେ ବାଲେଶ୍ୱର, କେନ୍ଦ୍ରାପଡ଼ା, ସମ୍ବଲପୁରରୁ ୩ ଜଣ ଲେଖାଏଁ ଏବଂ ବଲାଙ୍ଗିର, ଜଗତସିଂହପୁର, କୋରାପୁଟ ଓ ମାଲକାନଗିରିରୁ ଜଣେ ଲେଖାଏଁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।

ଏଯାବତ ରାଜ୍ୟରୁ ମୋଟ  ୧୦,୬୨୪ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୭୦୦୬ ଜଣ ସୁସ୍ଥ ହୋଇସାରିଲେଣି।

Comment