ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • କରୋନାରେ ପ୍ରାଣ ହରାଇଲେ ଆଉ ୬ ଆକ୍ରାନ୍ତ
  • ୩ ଜଣ ଗଞ୍ଜାମ ଜିଲ୍ଲାର ରହିଥିବା ନେଇ ସୂଚନା
  • ବାକି ତିନି ଜଣ ଆକ୍ରାନ୍ତ ଭୁବନେଶ୍ୱର,ରାୟଗଡ଼ାରୁ ଓ କେନ୍ଦ୍ରାପଡ଼ାର

ଦିନକୁ ଦିନ ରାଜ୍ୟରେ କରୋନା ଅଧିକ ଜୀବନ ନେବାରେ ଲାଗିଛି। ବୁଧବାର କରୋନାରେ ଆଉ ୬ ଜଣ ପ୍ରାଣ ହରାଇବା ସହିତ ମୋଟ ମୃତ୍ୟୁସଂଖ୍ୟା ୪୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩ ଜଣ ରହିଛନ୍ତି। ସେହିପରି ଭୁବନେଶ୍ୱରରୁ ଜଣେ, ରାୟଗଡ଼ାରୁ ଜଣେ ଓ କେନ୍ଦ୍ରାପଡ଼ାର ଜଣେ ଆକ୍ରାନ୍ତ ମଧ୍ୟ ପ୍ରାଣ ହରାଇଛନ୍ତି।

ଏହାକୁ ମିଶାଇ କେବଳ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି ପାଇଛି।

ଏଯାବତ ରାଜ୍ୟରେ ମୋଟ  ୬୧ କରୋନା ଆକ୍ରାନ୍ତ ପ୍ରାଣ ହରାଇସାରିଲେଣି। ସେଥିମଧ୍ୟରୁ ୪୮ ଜଣ କରୋନାରେ ମୃତ୍ୟୁବରଣ କରିଥିବାବେଳେ ବାକି ୧୩ ଜଣ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

Comment