ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

bollywood actors arrested

ବଲିଉଡରେ ନାଁ କରିବାକୁ ହେଲେ ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼େ ତାରକାମାନଙ୍କୁ। ନାଁ ହେଲା ପରେ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଏହି ତାରକା। କେତେବେଳେ ନିଜ ଫିଲ୍ମ ତ ଆଉ କେତେବେଳେ ବିଭିନ୍ନ ବିବାଦକୁ ନେଇ ଲାଇମ ଲାଇଟରେ ରୁହନ୍ତି। ତେବେ କିଛି ନାମୀଦାମୀ ବଲିଉଡ କଳାକାର ଭିନ୍ନ ଭିନ୍ନ ଆରୋପରେ ଜେଲ୍ ମଧ୍ୟ ଯାଇଛନ୍ତି।

CGU new

ଆସନ୍ତୁ ଜାଣିବା ଜେଲର ମାଟି ମାଡ଼ିଥିବା ଏହି ବଲିଉଡ କଳାକାରଙ୍କ ବିଷୟରେ-

sanjay dutt arrested

ସଂଜୟ ଦତ୍ତ– ସବୁବେଳେ ବିବାଦ ଘେରରେ ରହୁଥିବା ସଂଜୟ ଦତ୍ତ ଅନେକ ସମୟ ଜେଲରେ ବିତେଇ ଛନ୍ତି। ୧୯୯୩ ମସିହାରେ ବେଆଇନ୍ ଅସ୍ତ୍ର ରଖିବା ମାମଲାରେ ତାଙ୍କୁ ଜେଲ୍ ଯିବାକୁ ପଢ଼ିଥିଲା। ଏହା ପରେ ମଧ୍ୟ ସେ ୧୮ ମାସ ପାଇଁ ଏବଂ ପରେ ୫ ବର୍ଷ ପାଇଁ ଜେଲ୍ ଯାଇଛନ୍ତି।

salman khan arrested

ସଲମାନ ଖାନ୍– ସଲମାନ ଖାନ ମଧ୍ୟ ଅନେକ ବିବାଦ ଘେରରେ ରହିଆସିଛନ୍ତି। ‘ହସ ସାଥ ସାଥ ହେଁ’ ଫିଲ୍ମର ସୁଟିଂ ସମୟରେ କଳା ହରିଣ ଶିକାର ଅଭିଯୋଗରେ ତାଙ୍କୁ ପାଞ୍ଚ ବର୍ଷ ଦଣ୍ଡ ଦିଆଯାଇଥିଲା। ଏଥିପାଇଁ ସେ କିଛି ଜିନ ଜେଲ୍ ମଧ୍ୟ ରହିଥିଲେ। ଏହା ବ୍ୟତୀତ ହିଟ୍ ଆଣ୍ଡ୍ ରନ୍ କେସରେ ମଧଅୟ ସେ ଜେଲ୍ ଯାଇଥିଲେ।

shiney ahuja arrested

ସାଇନି ଅହୁଜା– ଗ୍ୟାଙ୍ଗଷ୍ଟାର, ଭୁଲ ଭୁଲେୟା ଭଳି ହିଟ୍ ପିଲ୍ମର ଅଭିନୟ କରିଥଇବା ସାଇନି ଅହୁଜା ମଧ୍ୟ ଜେଲ୍ ଯାଇଛନ୍ତି। ତାଙ୍କ ଘରର ଚାକରାଣୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା।

rajpal yadav arrested

ରାଜପାଲ ୟାଦବ– ଲୋକପ୍ରିୟ କମେଡିଆନ୍ ରାଜପାଲ୍ ଯାଦବ ମଧ୍ୟ ପଇସା ହେରଫେର ମାମଲାରେ ଜେଲ୍ ଯାଇଛନ୍ତି। ଏହି ଅଭିଯୋଗ ପରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଜେଲ୍ ପଠାଇଥିଲେ।

Fardeen Khan arrested

ଫରଦିନ୍ ଖାନ୍- ଅଭିନେତା ଫରଦିନ ଖାନ ନିଶାଜାତୀୟ ପଦାର୍ଥ କିଣିବା ଅପରାଧରେ ଜେଲ୍ ଯାଇଛନ୍ତି। ତାଙ୍କ ପାଖରୁ ନିଶାଜାତୀୟ ପଦାର୍ଥ ବା ଡ୍ରଗ୍ସ ଜବତ କରାଯାଇଥିଲା।

ankit tiwari arrested

ଅଙ୍କିତ ତିଓ୍ୱାରୀ– ସୁପହିଟ୍ କଣ୍ଠଶିଳ୍ପୀ ଅଙ୍କିତ ତିଓ୍ୱରୀ ଫିଲ୍ମ ‘ଆଶିକି-୨’ ରୁ ବେଶ୍ ସଫଳତା ପାଇଥିଲେ। ହେଲେ ନିଜ ଗର୍ଳଫ୍ରେଣ୍ଡଙଅକୁ ରେପ୍ କରିବା ଅଭିଯୋଗରେ ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା। ଏହାର ଗୋଟିଏ ସପ୍ତାହ ପରେ ଜଲରୁ ମୁକୁଳିଯାଇଥିଲେ।

inder kumar arrested

ଇନ୍ଦର କୁମାର- ସ୍ୱର୍ଗତ ଅଭିନେତା ଇନ୍ଦର କୁମାର ‘ଓ୍ୱାଣ୍ଟେଡ୍’, ‘ତୁମକୋ ନ ଭୁଲ୍ ପାଏଙ୍ଗେ’ ଭଳି ଫିଲ୍ମରେ ନଜର ଆସିଥିଲେ। ତେବେ ଜଣେ ମଡେଲଙ୍କୁ ବଳାତ୍କାର କରିବା ଅଭିଯୋଗରେ ସେ ଜେଲ୍ ଯାଇଥିଲେ।

monika bedi arrested

ମୋନିକା ବେଦୀ– ଅଭିନେତ୍ରୀ ମୋନିକା ବେଦୀଙ୍କୁ ଅଣ୍ଡରଓ୍ୱାର୍ଲ୍ଡ ଡନ୍ ଅବୁ ସଲେମଙ୍କ ସହ ପର୍ତ୍ତୁଗାଲରୁ ଆରେଷ୍ଟ କରାଯାଇଥିଲା। ଜାଲି କାଗଜପତ୍ର ମାମଲାରେ ତାଙ୍କୁ ଜେଲ୍ ପଠାଯାଇଥିଲା। ପରେ ସେ ଜେଲରୁ ବାହାରି ପୁଣିଥରେ ଟିଭି ଇଣ୍ଡଷ୍ଟ୍ରୀରେ ସକ୍ରିୟ ହୋଇଗଲେ।

Comment