ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

corona recovered

କରୋନାରୁ ସୁସ୍ଥ ହେଲେ ଆଉ ୪୦୧ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର କରୋନା ସୁସ୍ଥଙ୍କ ସଂଖ୍ୟା ୭୪୦୭ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ଏହା ସହ ଓଡ଼ିଶାରେ ଗୋଟିଏ ଦିନରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରେ ଏହା ହେଉଛି ସର୍ବାଧିକ।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୧୦୦ ଜଣ ରହିଛନ୍ତି। ସେହିପରି ଗଜପତିରୁ ୬୭, କଟକରୁ ୪୨, ଯାଜପୁରରୁ ୩୨, ଦେଓଗଡ଼ରୁ ୧୯, କୋରାପୁଟରୁ ୧୮, ଖୋର୍ଦ୍ଧାରୁ ୧୫, ବରଗଡ଼ ଓଭଦ୍ରକରୁ ୧୪ ଲେଖାଏଁ, ବାଲେଶ୍ୱରରୁ ୧୨, କେଉଁଝର ଓ ମାଲକାନଗିରିରୁ ୧୦ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

CGU new

ସେହିପରି ଜଗତସିଂହପୁରରୁ ୯, ଝାରସୁଗୁଡ଼ା ଓ ମୟୁରଭଞ୍ଜରୁ ୭ ଲେଖାଏଁ, କନ୍ଧମାଳରୁ ୬, ନୟାଗଡ଼ ଓ ସମ୍ବଲପୁରରୁ ୫ ଲେଖାଏଁ, ନବରଙ୍ଗପୁରରୁ ୪, କେନ୍ଦ୍ରାପଡ଼ାରୁ ୩ ଲେଖାଏଁ ଏବଂ ଢ଼େଙ୍କାନାଳରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହା ସହ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ହଢ଼ି ୭୪୦୭ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଟପିଲାଣି।

Comment