ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋsushant-ankita-2

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୧ ମାସ ହେବାକୁ ଯାଉଛି। କିନ୍ତୁ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଅଭିନେତାଙ୍କୁ ଭୁଲି ପାରିନାହାଁନ୍ତି। ସେଥିପାଇଁ ସୁଶାନ୍ତଙ୍କ ସୁପରହିଟ ସିରିଏଲ ‘ପବିତ୍ର ରିସ୍ତା’କୁ ଆଉ ଥରେ ପରଦାକୁ ଆଣିବାକୁ ଦାବି ହେଉଥିଲା। ବର୍ତ୍ତମାନ ଏହି ସିରିଏଲ ଡିଜିଟାଲ ପ୍ଲାଟଫର୍ମରେ ଲଞ୍ଚ୍‌ ହୋଇଛି।

ଦୀର୍ଘ ୧୧ ବର୍ଷ ପରେ ଜି ୫ରେ ସୁଶାନ୍ତ ଏବଂ ଅଙ୍କିତାଙ୍କ କେମେଷ୍ଟ୍ରି ଦେଖାଯିବ।  ଯାହାକୁ ପ୍ରଶଂସକମାନେ ଯେକୌଣସି ସମୟରେ ଦେଖିପାରିବେ।CGU new

ସୁଶାନ୍ତଙ୍କ କ୍ୟାରିଅରରେ ପବିତ୍ର ରସ୍ତାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା। ଯାହା ସୁଶାନ୍ତଙ୍କୁ ପରିଚିତ କରାଇଥିଲା। ଏହି ସିରିଏଲ ଯୋଗୁଁ ସେ ଅଙ୍କିତା ଲୋଖଣ୍ଡେଙ୍କ ପ୍ରେମରେ ପଡ଼ିଗଲେ ଏବଂ ସେମାନଙ୍କ ସମ୍ପର୍କ ଦୀର୍ଘ ସମୟ ଧରି ରହିଲା।

୨୦୦୯ ମସିହାରେ ଆରମ୍ଭ ହୋଇଥିବା ଏହି ସିରିଏଲ ଟିଆରପି ମାମଲାରେ ସୁପର ହିଟ୍ ସୋ’ ପ୍ରମାଣିତ ହୋଇଥିଲଏା।

Comment