ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ବର୍ଷିୟାନ ଅଭିନେତା ଜଗଦୀପଙ୍କର ୮୧ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ମୁମ୍ବାଇରେ ଜଗଦୀପଙ୍କର ଅନ୍ତିମ ସଂସ୍କାର କରାଯିବ। ଜଗଦୀପଙ୍କ ବିୟୋଗରେ ବଲିଉଡରେ ପୁଣି ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

ଅମିତାଭ ବଚ୍ଚନ ଓ ଧର୍ମେନ୍ଦ୍ରଙ୍କ ଅଭିନୀତ ବ୍ଲକ ବଷ୍ଟର ଫିଲ୍ମ ‘ସୋଲେ’ରେ ‘ସୁରମା ଭୋପାଲି’ ଭାବେ ଅଭିନୟ କରିଥିଲେ ଜଗଦୀପ। ଏହି ଫିଲ୍ମ ପରେ ସେ ସୁରମା ଭୋପାଲି ନାଁ ଲୋକପ୍ରିୟ ହୋଇଥିଲେ। ସେ ଅନ୍ଦାଜ ଅପନା ଅପନା, ବ୍ରହ୍ମଚାରୀ, ନାଗିନ ଭଳି ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଖୋଇଛନ୍ତି। ବଲିଉଡରେ ହାସ୍ୟ ଅଭିନେତା ଭାବେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଥିଲା।CGU new

ଦୀର୍ଘଦିନରୁ ବଲିଉହରେ ସକ୍ରିୟ ଥିବା ଜଗଦୀପ ପ୍ରାୟ ୪୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। କ୍ୟାରିୟର ଆରମ୍ଭ ସମୟରେ ସେ ଛୋଟ ବଡ଼ ସବୁ ଭୂମିକାରେ ଅଭିନୟ କରୁଥିଲେ।

ଖବ୍‌ କମ ଲୋକ ଜାଣିଥିବେ ଯେ ହାସ୍ୟ ଅଭିନେତା ଜଗଦୀପଙ୍କ ପ୍ରକୃତ ନାଁ ସୟଦ ଇସ୍ତିଆକ ଅହମ୍ମଦ ଜାଫ୍ରି। ତାଙ୍କର ଦୁଇପୁଅ ଜାଭେଦ ଜାଫ୍ରି ନାଭେଦ ଜାଫ୍ରି। ତାଙ୍କର ଦୁଇ ପୁଅ ମଧ୍ୟ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି।

Comment