ଓଡିଶାଲାଇଭ୍ ବ୍ୟୁରୋ

ଅଗଷ୍ଟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହେବ। ସ୍କୁଲ ଖୋଲିବାକୁ ଆଧାର କରି କେତେ ପ୍ରତିଶତ ପାଠ ପଢ଼ାଯିବ ତାହା ସ୍ଥିର କରାଯିବ। ଆବଶ୍ୟକ ହେଲେ ୩୦ ପ୍ରତିଶତରୁ ଅଧିକ ପାଠ୍ୟକ୍ରମ ହ୍ରାସ ପାଇପାରେ ବୋଲି ଗୁରୁବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ସିବିଏସଇ ନବମରୁ ଦ୍ଵାଦଶ ଶ୍ରେଣୀ ପାଠ୍ୟକ୍ରମ ୩୦ ପ୍ରତିଶତରୁ ଅଧିକ ହ୍ରାସ କରିବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, “ଶିକ୍ଷାବର୍ଷ ଜାରି ରହିଲେ ସିବିଏସଇ ନିଷ୍ପତ୍ତି ଉପରେ ବିଚାର କରାଯିବ। ସ୍କୁଲ ଖୋଲିବା ପରେ ୩୦ ପ୍ରତିଶତରୁ ଅଧିକ ପାଠ୍ୟକ୍ରମ ହ୍ରାସ କରାଯାଇପାରେ। କିନ୍ତୁ ବର୍ତ୍ତମାନ ସ୍କୁଲ ଖୋଲି ନ ଥିବାରୁ ଏ ବିଷୟରେ ଏବେ କହିବା ଠିକ୍ ହେବନାହିଁ।”CGU newକରୋନା ଯୋଗୁଁ ବର୍ତ୍ତମାନ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିଛି। ଛାତ୍ରଛାତ୍ରୀମାନେ ଅନଲାଇନରେ ପାଠ ପଢ଼ୁଛନ୍ତି। ଏହି ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେବେ ସ୍କୁଲ ଖୋଲାଯିବ ସେନେଇ ବିଚାର ବିମର୍ଶ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ଦୁଇଦିନ ତଳେ ସିବିଏସଇ ପକ୍ଷରୁ ୩୦ ପ୍ରତିଶତ ପାଠ୍ୟକ୍ରମକୁ ହ୍ରାସ କରାଯାଇଛି। ଏହାପରେ ରାଜ୍ୟ ବୋର୍ଡ ପକ୍ଷରୁ କୌଣସି ସୂଚନା ମିଳି ନ ଥିବାରୁ ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ହ୍ରାସ ହେବ କି ନାହିଁ, କେଉଁ କେଉଁ ବିଷୟ ପାଠ୍ୟକ୍ରମରୁ ବାଦ ଦିଆଯିବ ଏନେଇ ଦ୍ଵନ୍ଦରେ ଅଛନ୍ତି। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି।

Comment