ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ରାଜ୍ୟରୁ ଆଜି ୭୫୫ ନୂଆ ପଜିଟିଭ୍ ଚିହ୍ନଟ
  • ୫୦୮ ଜଣ କ୍ୱାରେଣ୍ଟାଇନରୁ,୨୪୭ଟି ଲୋକାଲ୍ କେସ୍ 
  • ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧,୯୫୬କୁ ବୃଦ୍ଧି

ଓଡ଼ିଶାରେ ସୀମା ଟପିଲା କରୋନା ସଂକ୍ରମଣ। ଆଜି ଗୋଟିଏ ଦିନରେ ୭୫୫ ନୂଆ ପଜିଟିଭ୍ ଚିହ୍ନଟ ହେବା ସହିତ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ପାଖାପାଖି ୧୨ ହଜାର ଛୁଇଁଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଭିତରୁ ୫୦୮ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୨୪୭ଟି କେସ୍ ଲୋକାଲ୍ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।CGU new

ପ୍ରତିଥର ଭଳି ଏଥର ମଧ୍ୟ ଗଞ୍ଜାମରୁ ସର୍ବାଧିକ ୩୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୩, ବାଲେଶ୍ୱରରୁ ୯, ବରଗଡ଼ରୁ ୧, ଭଦ୍ରକରୁ ୨, ବଲାଙ୍ଗିରରୁ ୧୨, କଟକରୁ ୫୫, ଦେବଗଡ଼ରୁ ୪, ଢେଙ୍କାନାଳରୁ ୪, ଗଜପତିରୁ ୩୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ଜଗତସିଂହପୁରରୁ ୫, ଯାଜପୁରରୁ ୮୬, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝରରୁ ୩୨, ଖୋର୍ଦ୍ଧାରୁ ୫୯, କୋରାପୁଟରୁ ୫, ମାଲକାନଗିରିରୁ ୧୮, ମୟୂରଭଞ୍ଜରୁ ୧୨, ନୟାଗଡ଼ରୁ ୧୬, ପୁରୀରୁ ୧୧, ସମ୍ବଲପୁରରୁ ୨ ଓ ସୁନ୍ଦରଗଡ଼ରୁ ୬୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧,୯୫୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୭୪୦୭ ଜଣ ସୁସ୍ଥ ହୋଇଥିବାବେଳେ ଏବେ ୪୪୭୬ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି।

Comment