ଓଡିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ପୋଲିସ ବିଭାଗରେ କାର୍ଯ୍ୟରତ ସବ୍‌-ଇନ୍ସପେକ୍ଟର ବିଭୂତି ଭୂଷଣ ସେଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରଶଂସା। ନିଜ କର୍ତ୍ତବ୍ୟ ଓ ସେବାକୁ ପ୍ରାଧାନ୍ୟ ଦେଇଥିବାରୁ ସିଏମଓ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ତାଙ୍କୁ ପ୍ରଶଂସା କରାଯାଇଛି।

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଵାଲେଡିହ ଗ୍ରାମର ଏହି କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ସୁସ୍ଥ ହୋଇଥିଲେ। କିନ୍ତୁ ସୁସ୍ଥ ହେବା ପରେ ବିଶ୍ରାମ ନ ନେଇ କାର୍ଯ୍ୟରେ ଯୋଗ ଦେଇଥିଲେ ବିଭୂତି। ଏନେଇ ବ୍ରହ୍ମପୁର ଏସପି ଟୁଇଟ୍ କରି ସୂଚନା ଦେଇଥିଲେ। ବ୍ରହ୍ମପୁର ଏସପିଙ୍କ ଏହି ଟୁଇଟକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରିଟୁଇଟ୍ କରି ବିଭୂତିଙ୍କୁ ପ୍ରଶଂସା କରାଯାଇଛି।CGU newବିଭୂତି ନିଜ କର୍ତ୍ତବ୍ୟକୁ ସୂଚାରୁରୂପେ ପାଳନ କରିବା ପାଇଁ କରୋନା ସମୟରେ ନିଜର ବିବାହକୁ ସ୍ଥଗିତ ରଖି ପ୍ରଶଂଶାର ପାତ୍ର ହୋଇଥିଲେ। ଏବେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Comment