ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ରାଜ୍ୟରେ କମିବ ମଦ ଦାମ। ରାଜ୍ୟ ସରକାର ମଦ ଉପରେ ଲଗାଇଥିବା ସ୍ୱତନ୍ତ୍ର କୋଭିଡ୍ ଫି’କୁ କମାଇ ଦେଇଛନ୍ତି। ଯାହା ଫଳରେ ମଦର ଦାମ ପୂର୍ବ ଅପେକ୍ଷା ଶସ୍ତା ହୋଇଯିବ।

କରୋନା ଓ ଲକଡାଉନ୍ ସମୟରେ ରାଜ୍ୟ ସରକାର କିଛି ଦିନ ତଳେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ମଦ ଉପରେ ଅତିରିକ୍ତ ୫୦ ପ୍ରତିଶତ କୋଭିଡ୍ ଫି’ ଲଗାଯାଇଥିଲା। ଯାହାକୁ ଏବେ ୧୫ ପ୍ରତିଶତକୁ କମାଇ ଦିଆଯାଇଛି।CGU new

ଓଡ଼ିଶା ପାନୀୟ ନିଗମ ୱେବସାଇଟରେ ନୂଆ ମଦ ଦର ଉପଲବ୍ଧ ହୋଇଛି। ଯାହାକି ଆଜିଠାରୁ ଲାଗୁ ହେବ। ନୂଆ ଦର ଅନୁସାରେ ଗ୍ରାହକମାନେ ଯାଇ ମଦ କିଣିବେ ବୋଲି କୁହାଯାଇଛି।

ମଦ ଦୋକାନ ଖୋଲିବା ପରଠାରୁ ଏହି ଅତିରିକ୍ତ କୋଭିଡ୍ ଫି’ରୁ ରାଜ୍ୟ ସରକାର ୨ ଶହ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛନ୍ତି ବୋଲି ସୂଚନା ମିଳିଛି।

Comment