ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟାଇଟଲ୍ ଟ୍ରାକ୍ ରିଲିଜ୍ ହୋଇଛି। ଏହା ଏକ ଡ୍ୟାନ୍ସ ନମ୍ବର, ଯେଉଁଥିରେ ସୁଶାନ୍ତ ସିଂ ରାଜପୁତଙ୍କ ଡ୍ୟାନ୍ସିଂ ମୁଭ୍ସ ଦେଖିବାକୁ ମିଳୁଛି।

ଏହି ଗୀତ ମାଧ୍ୟମରେ ଦୁନିଆକୁ ସବୁଦିନ ପାଇଁ ବିଦାୟ ଦେଇଥିବା ସୁଶାନ୍ତଙ୍କ ହସ ହସ ଚେହେରା ଦେଖିବାକୁ ପାଇଛନ୍ତି ଦର୍ଶକ। ଏଥିରେ ନବଗତା ସଞ୍ଜନାଙ୍କର ଏକ ଛୋଟିଆ ଛଲକ ମଧ୍ୟ ରହିଛି।CGU new

ଅମିତାଭ ଭଟ୍ଟାଚାର୍ଯ୍ୟ ଏହି ଗୀତ ରଚନା କରିଥିଲା ବେଳେ ଏଆର୍‌ ରେହମାନ କଣ୍ଠଦାନ କରିଛନ୍ତି। ସେହିପରି ଏହି ଗୀତକୁ ଫରାହ ଖାନ କୋରିଓଗ୍ରାଫି କରିଛନ୍ତି। ସବୁଠୁ ଖାସ୍‌ କରି ଗୋଟିଏ ଟେକ୍‌ରେ ସୁଶାନ୍ତ ଏହି ଗୀତର ସୁଟ୍‌ କରିଥିଲେ।dil bechara trailer

ଏହି ଗୀତର ରିଲିଜ ହେବାର କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଏହାକୁ ଭଲ ରେସପନ୍ସ ମିଳିଛି। ଫିଲ୍ମଟି ଜୁଲାଇ ୨୪ ତାରିଖରେ ଡିସ୍ନି ହଟଷ୍ଟାରରେ ରିଲିଜ ହେବାକୁ ଯାଉଛି। ଯାହାକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

Comment