ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଗ୍ରଣୀ ଡିଟିଏଚ୍ କମ୍ପାନି ଟାଟା ସ୍କାଏ ବିଙ୍ଗ୍ ପ୍ଲସ୍ ପକ୍ଷରୁ ଗ୍ରାହକମାନଙ୍କୁ ନୂଆ ଅଭିଜ୍ଞତା ଦେବା ପାଇଁ  ଜି-୫ ଦ୍ୱାରା ଏହାର ଓଟିଟିକୁ ଆଣ୍ଡ୍ରଏଡ୍ ପାଓ୍ୱାର ସ୍ମାର୍ଟ ସେଟ୍-ଅପ୍ ବକ୍ସ ସହାୟତାରେ ସୁଦୃଢ଼ କରାଇବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ୧ ଲକ୍ଷ ୨୫ ହଜାରରୁ ଅଧିକ ଘଣ୍ଟାର ଓଟିଟି କଣ୍ଟେଟ୍ ଇଂଲିଶ୍, ହିନ୍ଦୀ, ବଙ୍ଗାଳୀ, ମାଲାୟଲମ୍, ତାମିଲ୍, ତେଲୁଗୁ, କନ୍ନଡ଼, ମରାଠୀ, ଓଡ଼ିଆ, ଭୋଜପୁରୀ, ଗୁଜରାଟୀ ଏବଂ ପାବୀ ଆଦି ୧୨ଟି ଭାଷାରେ ଉପଲବ୍ଧ ହୋଇପାରିବ।

ଏହା ୩ ହଜାର ୯୯୯ ଟଙ୍କାର ନୂଆ ଟାଟା ସ୍କାଏ ବିଙ୍ଗ ପ୍ଲସ୍ କନେକ୍ସନ୍ ସହାୟତାରେ ଉପଲବ୍ଧ ହେବ। ଗ୍ରାହକ ଏହା ମଧ୍ୟରେ ୬ ମାସର ମାଗଣା ପ୍ରିମିୟମ୍ ଓଟିଟି କଣ୍ଟେଟ୍ ପାଇପାରିବେ। ଏଥିରେ ଡିଜନି ପ୍ଲସ୍ ହଟଷ୍ଟାର ପ୍ରିମିୟମ୍, ସନ୍ନେକଷ୍ଟ୍, ହଙ୍ଗାମା ପ୍ଲେ, ଇରୋସ୍ ନାଓ, ଶେମାରୋମି ଏବଂ ଏବେ ଜି-୫ ଆଦି ଉପଲବ୍ଧ ହେଉଛି। ଏହା ସହିତ ୩ ମାସର ଆମାଜନ ପ୍ରାଇମ୍ ଭିଡିଓ ମଧ୍ୟ ଗ୍ରାହକ ପାଇପାରିବେ।

CGU newଟାଟା ସ୍କାଏ ବିଙ୍ଗ୍ ପ୍ଲସ୍‌ରେ ୬ ମାସର ଟାଟା ସ୍କାଏ ବିଙ୍ଗ୍ ସବସ୍କ୍ରିପ୍‌ସନ୍ ମିଳିପାରିବ। ଗ୍ରାହକ ପ୍ରିମିୟମ୍ ପାର୍ଟନର ଆପ୍ ଏସ୍‌ଟିବିରେ ପାଇପାରିବେ। ଏହାସହିତ ୭ ଦିନର ମିସଡ୍ ସୋ’ ଏବଂ ୩ ମାସର ଆମାଜନ୍ ପ୍ରାଇମ୍ ସବ୍‌ସ୍କ୍ରିପ୍‌ସନ୍ ୩ ହଜାର ୯୯୯ ଟଙ୍କା ଅଫରରେ ପାଇପାରିବେ।

Comment