ଓଡ଼ିଶାଲାଇଭ୍ ବ୍ୟୁରୋ

nepal landslide-1

ନେପାଳରରେ ଜୋର ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି। ଏହା ଫଳରେ କେତେକ ଘର ଭାଙ୍ଗି ବହିଯିବା ସହ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଭୂସ୍ଖଳନ ଫଳରେ ୧୯ ଜଣ ଲୋକ ନିଖୋଜ ଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।

ମୃତଙ୍କ ମଧ୍ୟରୁ ୭ ଜଣ କାସ୍କି ଜିଲ୍ଲା ପୋଖରା ସିଟି ଅଞ୍ଚଳର ସାଙ୍ଗରକୋଟ ଏବଂ ହେମଜନ ଗାଁର। ମୃତକଙ୍କ ମଧ୍ୟରେ ରହିଛନ୍ତି ତିନୋଟି ଶିଶୁ। ଏହି ସାତ ଜଣଙ୍କ ମଧ୍ୟରୁ ୫ ଜଣ ଗୋଟିଏ ପରିବାରର। ଭୂସ୍ଖଳନ ସମୟରେ ଗୋଟିଏ ଘର ଭାଙ୍ଗିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିଲେ।

CGU new

ଏହା ବ୍ୟତୀତ ଅଲାଓ୍ୱା ଲାମଜୁଙ୍ଗ ଜିଲ୍ଲାର ବେସିସହରର ଏକ ପରିବାରର ତିନି ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି। ସେହିପରି ରୁକୁମ ଜିଲ୍ଲା ଆଥବିସ୍କାଟ ଅଞ୍ଚଳର ଦୁଇ ଜଣ ପ୍ରାଣ ହରାଇଛନ୍ତି। ନେପାଳରେ ଆଗାମୀ ତିନି ଦିନ ଯାଏଁ ବର୍ଷା ଥମିବାର କୌଣସି ଆଶା ନାହିଁ।

nepal landslide-2

ନେପାଳର ଜାଜରକୋଟ ଜିଲ୍ଲାରେ ଭୂସ୍ଖଳନ ଫଳରେ ଦୁଇଟି ଘର ଭାସିଯାଇଥିଲା। ଏଥିରୁ ୧୨ ଜଣ ନିଖୋଜ ଥିବା ବେଳେ ମ୍ୟାଗଦି ଜିଲ୍ଲାରେ ଗୋଟିଏ ପରିବାରର ସାତ ଜଣ ସଦସ୍ୟ ନିଖୋଜ ଅଛନ୍ତି। ପୂର୍ବବର୍ଷ ବନ୍ୟା ଓ ଭୁସ୍ଖଳନ ଯୋଗୁଁ ନେପାଳରେ ୭୮ ଜଣ ପ୍ରାଣ ହରାଇଥିବା ବେଳେ ୪୦ରୁ ଉର୍ଦ୍ଧ ଲୋକ ଆହତ ହୋଇଥିଲେ।

Comment