ଓଡ଼ିଶାଲାଇଭ୍‌ ବ୍ୟୁରୋsushant-singh-rajput-Wallpaper-cave

ଆଉ କେଇଟା ଦିନ ପରେ ବଲିଉଡ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ମାସେ ହେବ। ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ହୋମଟାଉନ ପୂର୍ଣ୍ଣିଆରେ ଏକ ନୂଆ ପଦକ୍ଷେପ ନିଆଯାଇଛି।

ସୁଶାନ୍ତଙ୍କ ନାମରେ ପୂର୍ଣ୍ଣିଆର ଏକ  ରୋଡକୁ ନାମିତ କରାଯାଇଛି। ରୋଡରେ ଏକ ବୋର୍ଡ ଲଗାଇ ଏହାର ଶୁଭାରମ୍ଭ କରାଯାଇଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।CGU new

ସୁଶାନ୍ତଙ୍କ ଜନ୍ମ ବିହାରର ପୂର୍ଣ୍ଣିଆରେ ହୋଇଥିଲା। ସେ ବିହାର ପାଇଁ ଗୌରବ ଥିଲେ। ତାଙ୍କ ମୃତ୍ୟୁ ପରେ ଏଠାକାର ମେୟର୍ ସବିତା ସିଂ ମ୍ୟୁନିସିପାଲିଟି କର୍ପୋରେସନ ପକ୍ଷରୁ ସୁଶାନ୍ତ ସିଂ ରାଜପୁତଙ୍କୁ ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏଠାରେ ଥିବା ଫୋର୍ଡ କମ୍ପାନୀ ଛକକୁ ‘ସୁଶାନ୍ତ ସିଂ ରାଜପୁତ ଛକ’ ନାମରେ ନାମିତ କରାଯାଇଛି। ଏଥିସହ ଏକ ରାସ୍ତାକୁ ମଧ୍ୟ ‘ସୁଶାନ୍ତ ସିଂ ରାଜପୁତ ପଥ’ ନାମରେ ନାମିତ କରାଯାଇଛି।

Comment