ଓଡିଶାଲାଇଭ୍ ବ୍ୟୁରୋ

ବାୟୁମଣ୍ଡଳରେ ଉଡ଼ି ବୁଲୁଛି କରୋନା ଭୂତାଣୁ। ବାୟୁ ଜରିଆରେ ଅତି କ୍ଷୁଦ୍ର କରେନା ଭୂତାଣୁ ସୁସ୍ଥ ବ୍ୟକ୍ତିଙ୍କୁ ସଂକ୍ରମଣ କରିବାର ଆଶଙ୍କା ରହିଛି। ଏନେଇ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ପକ୍ଷରୁ ନୂଆ ତଥ୍ୟ ପ୍ରକାଶ ପାଇଛି।

କରୋନା ଭୂତାଣୁ ନିବୁଜ କୋଠରୀରେ ମଧ୍ୟ ସଂକ୍ରମଣ କରିପାରିବ। ଘରେ ସଙ୍ଗରୋଧରେ ରହୁଥିବା ବ୍ୟକ୍ତି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇପାରିବେ। ବାୟୁ ଜରିଆରେ କରୋନା ସଂକ୍ରମଣକୁ ଏଡ଼ାଇ ଦିଆଯାଇନପାରେ ବୋଲି ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି। ବିଶେଷକରି ରେଷ୍ଟୁରାଣ୍ଟ ଏବଂ ଫିଟନେସ୍ ସେଣ୍ଟରରେ କରୋନା ସଂକ୍ରମଣ ଅଧିକ ହୋଇପାରେ ବୋଲି ତଥ୍ୟ ପ୍ରକାଶ ପାଇଛି।coronaଯେଉଁ ସ୍ଥାନରେ ବାୟୁ ଚଳାଚଳ ଅଧିକ ହେଉନଥିବ ସେପରି ସ୍ଥାନରେ ସଂକ୍ରମିତ ବ୍ୟକ୍ତିଙ୍କ ସହ ଅଧିକ ସମୟ ରହିଲେ ସୁସ୍ଥ ବ୍ୟକ୍ତି ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହେବାର ଆଶଙ୍କା ରହିଛି। ତେବେ ଏ ଦିଗରେ ଆହୁରି ଅଧିକ ଗବେଷଣା ଜାରି ରହିଛି ବୋଲି ଡବ୍ଲ୍ୟୁଏଚଓ ପକ୍ଷରୁ କୁହାଯାଇଛି।

ପୂର୍ବରୁ ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ କରୋନା ବାୟୁବାହିତ ବୋଲି କହିବା ସହ ଡବ୍ଲ୍ୟୁଏଚଓ ସଂକ୍ରମଣ ପରାମର୍ଶବଳୀରେ ପରିବର୍ତ୍ତନ ଆଣିବା ପାଇଁ ଦାବି କରିଥିଲେ। ଶୁକ୍ରବାର ଡବ୍ଲ୍ୟୁଏଚଓ ବୈଜ୍ଞାନିକଙ୍କର ଏହି ଦାବିକୁ ସ୍ଵୀକାର କରିଛି।CGU newପୂର୍ବରୁ କରୋନା ସଂକ୍ରମଣ ସଂସର୍ଗଜନିତ କିମ୍ବା ସଂସ୍ପର୍ଶଜନିତ ବୋଲି ଡବ୍ଲ୍ୟୁଏଚଓ କହିଥିଲା। ଜଣେ କରୋନା ଆକ୍ରାନ୍ତ କାଶିବା, ଛିଙ୍କିବା କିମ୍ବା କଥା କହିବାବେଳେ ସାର୍ସ-କୋଭିଡ୍-୨ ଭୂତାଣୁ କ୍ଷୁଦ୍ର ଜଳକଣାରେ ବାହାରକୁ ଆସିଥାଏ। ଏହା ସଂସ୍ପର୍ଶରେ ଆସୁଥିବା ସୁସ୍ଥ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥାନ୍ତି ବୋଲି କୁହାଯାଇଥିଲା। ଏବେ ଡବ୍ଲ୍ୟୁଏଚଓ କରୋନା ସଂକ୍ରମଣ ବାୟୁବାହିତ ବୋଲି ସ୍ଵୀକାର କରିବା ପରେ ସାରା ବିଶ୍ଵ ଆତଙ୍କିତ ହୋଇପଡ଼ିଛି।

Comment