ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ କରୋନା ସ୍ଥିତି ସାଙ୍ଘାତିକ ହେଉଛି। ପ୍ରତିଦିନ ପୂର୍ବ ଅପେକ୍ଷା ଅଧିକ କରୋନା ସଂକ୍ରମଣ ମାମଲା ଆସୁଛି। ଆମେରିକା ଏବଂ ବ୍ରାଜିଲ ପରେ ଭାରତ ତୃତୀୟ ସର୍ବାଧିକ ସଂକ୍ରମିତ ଦେଶ ଭାବେ ଉଭା ହୋଇଛି। ପ୍ରଥମ ଥର ପାଇଁ ୨୪ ଘଣ୍ଟାରେ ୨୭ ହଜାରରୁ ଅଧିକ ନୂତନ କରୋନା ମାମଲା ଆସିଛି। ଫଳରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ଆଠ ଲକ୍ଷ ଅତିକ୍ରମ କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ୮ ଲକ୍ଷ ୨୦ ହଜାର ୯୧୬ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୨୨,୧୨୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଲକ୍ଷ ୧୫ ହଜାର ଲୋକ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି।CGU new

ସେହିପରି ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୬୨ ହଜାର ୩୯ରେ ପହଞ୍ଚିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୬ ଲକ୍ଷ ୧୬ ହଜାର ୫୭୯କୁ ବୃଦ୍ଧି ହୋଇଥିଲା ବେଳେ ୭୩ ଲକ୍ଷ ୨୭ ହଜାର ୩୬୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ଆମେରିକାରେ ସର୍ବାଧିକ ୧ ଲକ୍ଷ ୩୬ ହଜାର ୬୭୧ ଜଣଙ୍କ ମୃତ୍ୟୁ ହୋଇଛି।

Comment