ଓଡିଶାଲାଇଭ୍ ବ୍ୟୁରୋ

ମହାନଦୀ ଜଳ ବିବାଦକୁ ନେଇ ଇସ୍ୟୁ ଫ୍ରେମ୍ କଲେ ଟ୍ରିବ୍ୟୁନାଲ। ସବୁ ପକ୍ଷର ଦାବି ଶୁଣିବା ପରେ ଶନିବାର ମହାନଦୀ ଟ୍ରିବ୍ୟୁନାଲରେ ୪୦ ରୁ ୫୦ ଟି ଇସ୍ୟୁ ଫ୍ରେମ୍ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ଆଜିଠାରୁ ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଆରମ୍ଭ ହୋଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଏହି ଶୁଣାଣି ହୋଇଛି।

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ସରକାର ନିଜ ପକ୍ଷ ରଖିଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ କିଛି ଅତିରିକ୍ତ ଡକ୍ୟୁମେଣ୍ଟ ଦାଖଲ କରାଯାଇଥିବା ସୂଚନା ମିଳିଛି।ଛତିଶଗଡ଼ କେନ୍ଦ୍ର ସରକାରଙ୍କଠାରୁ କିଛି ଡକ୍ୟୁମେଣ୍ଟ ଚାହିଁବାରୁ କେନ୍ଦ୍ରକୁ ନୋଟିସ୍ ଜାରି କରାଯାଇଛି। ଓଡ଼ିଶା ଓ ଛତିଶଗଡ଼କୁ ପରସ୍ପରର ଡକ୍ୟୁମେଣ୍ଟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗତ ଜାନୁଆରୀରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ୨୬ ଟି ପ୍ରସଙ୍ଗରେ ବିଚାର କରିବାକୁ ଓଡ଼ିଶା ଆଗତ କରିଥିଲା। ଛତିଶଗଡ଼ ମଧ୍ୟ ୧୩ ଟି ପ୍ରସଙ୍ଗରେ ଟ୍ରିବ୍ୟୁନାଲର ଦୃଷ୍ଟି ଆକର୍ଷଣ କରିଥିଲା। ଓଡ଼ିଶା ଏବଂ ଛତିଶଗଡ଼ ଯୁଗ୍ମ ବୈଠକ କରି ଆପୋଷ ସମାଧାନ କରିବାକୁ ଟ୍ରିବ୍ୟୁନାଲ ପରାମର୍ଶ ଦେଇଥିଲେ। କିନ୍ତୁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା। ତେଣୁ ପ୍ରଥମ କରି ଭିଡିଓ କନଫରେନ୍ସିଂ ଜରିଆରେ ଉଭୟ ରାଜ୍ୟ ନିଜର ପକ୍ଷ ରଖିଛନ୍ତି।CGU newଶୁଣାଣି ବେଳେ ଯଦି ଅନ୍ୟ କିଛି ପ୍ରସଙ୍ଗ ଆସେ ତାହାକୁ ମଧ୍ୟ ଫ୍ରେମ୍ କରାଯିବ। ଆସନ୍ତା ଅଗଷ୍ଟ ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

ଏ ବାବଦରେ ପ୍ରତିକ୍ରିୟା ରଖି ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି, “ମହାନଦୀ ଛତିଶଗଡ଼ରୁ ବାହାରିଥିଲେ ମଧ୍ୟ ଅଧିକାଂଶ ଭାଗ ଓଡ଼ିଶାରେ ପ୍ରବାହିତ। ତେଣୁ ଆମକୁ ଆମ ନ୍ୟାଯ୍ୟ ଦାବି ମୁତାବକ ଜଳ ମିଳିବା ଦରକାର। ଅଣମୌସୁମୀ ସମୟରେ ଆମେ ଅସୁବିଧା ଭୋଗୁଛୁ। କିନ୍ତୁ ଛତିଶଗଡ଼ ନିଜ ଦାବିରେ ଅଟଳ ରହିଛି।”

ଏଥିସହ ମହାନଦୀର ତଳ ମୁଣ୍ଡରେ ବ୍ୟାରେଜ୍ ଓ ରିଜର୍ଭର ପାଇଁ କେନ୍ଦ୍ର ଜଳ ଆୟୋଗକୁ ଓଡ଼ିଶା ଅନୁମତି ମାଗିଛି। ଟ୍ରିବ୍ୟୁନାଲଙ୍କ ନିଷ୍ପତ୍ତି ଓଡ଼ିଶା ସପକ୍ଷରେ ଯିବ ବୋଲି ଆଶା ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

Comment