ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣ ରୋକିବାକୁ ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ସେରୋଲଜିକାଲ ଟେଷ୍ଟ। ବିଏମସି ଓ ଆରଏମ୍ଆରସିର ମିଳିତ ପ୍ରୟାସରେ ଏହି ଟେଷ୍ଟ ଆରମ୍ଭ ହୋଇଛି। ଏନେଇ ଆରଏମଆରସିର ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି।

ଏହି ଟେଷ୍ଟ ଜରିଆରେ ହାଇରିସ୍କ ଜୋନରେ ଥିବା ଲୋକମାନଙ୍କର କୋଭିଡ୍ ଟେଷ୍ଟ କରାଯିବ। ଏହି ଟେଷ୍ଟ ଅନ୍ୟ ଟେଷ୍ଟଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ସେ କହିଛନ୍ତି। ଏହି ଟେଷ୍ଟ ଦ୍ୱାରା ଜଣେ ବ୍ୟକ୍ତ ପାଖରେ କରୋନା ପୂର୍ବରୁ ଥିଲା କି ନାହିଁ ଓ ମଣିଷ ଶରୀରରେ କରୋନାକୁ ମୁକାବିଲା କରିବାକୁ ଶକ୍ତି ସୃଷ୍ଟି ହେଲାଣି କି ନାହିଁ ତା ମଧ୍ୟ ଜଣାପଡ଼ିବ ବୋଲି ଆରଏମଆରସିର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି।CGU newଏହି ସର୍ଭେରେ ସ୍ୱତନ୍ତ୍ର ଟିମ୍ ଘର ଘର ବୁଲି ଟେଷ୍ଟିଂ କରିବ। ଯେଉଁଥିପାଇଁ ବିଏମସିର ୨୫ ଟି ୱାର୍ଡକୁ ବଛାଯାଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୫ ଶହ ସେରୋଲଜିକାଲ୍ ଟେଷ୍ଟ କରାଯିବ ବୋଲି କୁହାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଟେଷ୍ଟିଂ ଶେଷ ହେବା ପରେ ଆଉ ୨୫ ଶହ ଟେଷ୍ଟିଂ କରାଯିବ। ଏହାପରେ ଗଞ୍ଜାମ, ଗଜପତି, କଟକ ଓ ଯାଜପୁରରେ ମଧ୍ୟ ସେରୋଲଜିକାଲ୍ ଟେଷ୍ଟ ଆରମ୍ଭ ହେବ ବୋଲି ସେ କହିଛନ୍ତି।

Comment