ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୫୯୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରର ୬୪ ଜଣ ଆକ୍ରାନ୍ତ ରହିଛନ୍ତି। ଏନେଇ ବିଏମସି ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।

ଏମାନଙ୍କ ମଧ୍ୟରୁ ୩୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିଲା ବେଳେ ୨୮ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଫଳରେ ଭୁବନେଶ୍ୱର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୪କୁ ବୃଦ୍ଧି ପାଇଛି।

 ଭୁବନେଶ୍ୱରର ରସୁଲଗଡ଼, କଳିଙ୍ଗ ବିହାର, ପଳାଶୁଣି, ନୟାପଲ୍ଲୀ, ଆଚାର୍ଯ୍ୟ ବିହାର, ପୋଖରୀପୁଟ, ଭୀମଟାଙ୍ଗି, ଚନ୍ଦ୍ରଶେଖରପୁର ଆଦି ଅଞ୍ଚଳରୁ ଲୋକାଲ୍ କେସ୍ ସାମନାକୁ ଆସିଛି। ଯାହାକି ପ୍ରଶାସନ ପାଇଁ ଚିନ୍ତା ବଢ଼ାଇଦେଇଛି।

ସେହିପରି ମୋଟ ୭୦୪ଙ୍କ ମଧ୍ୟରୁ  ୩୨୭ ଜଣ ସୁସ୍ଥ ହୋଇଥିଲା ବେଳେ ୩୬୮ ଆକ୍ଟିଭ କେସ୍‌ ରହିଛି। ୮ ଜଣଙ୍କର ମୃତ୍ୟୁ ଘଟିଛି।

Comment