ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୧୪ କରୋନା ପଜିଟିଭ୍। ଏଥିସହ ରାଜଧାନୀର କରୋନା ସଂକ୍ରମିତଙ୍କ ସଂଖ୍ୟା ୭୧୮କୁ ବୃଦ୍ଧି ପାଇଛି। ଏନେଇ ବିଏମସି ତରଫରୁ ଟୁଇଟ କରି ସୂଚନା ଦିଆଯାଇଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଭିତରୁ ୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୧୦ଟି ଲୋକାଲ୍ କେସ୍ ବୋଲି ଜଣାପଡ଼ିଛି।CGU newଭୁବନେଶ୍ୱରର କାନନବିହାର, ବମିଖାଲ, ନୟାପଲ୍ଲୀ, ଆଇଆରସି ଭିଲେଜ, ଗଙ୍ଗନଗର, ୟୁନିଟ୍ ୬, ୟୁନିଟ୍ ୮, ୟୁନିଟ୍ ୯ ଆଦି ଅଞ୍ଚଳରୁ ଲୋକାଲ କେସ୍ ସାମନାକୁ ଆସିଛି। ଏଥିସହିତ ଆଜି ରାଜଧାନୀ ଭୁବନେଶ୍ୱରର ୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜଧାନୀର ମୋଟ ୩୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଏଯାବତ ଭୁବନେଶ୍ୱରରୁ ୭୧୮ଟି ପଜିଟିଭ୍ କେସ୍ ସାମନାକୁ ଆସିଛି। ସେଥିମଧ୍ୟରୁ ୩୫୬ ଜଣ ସୁସ୍ଥ ହୋଇଥିବାବେଳେ ବାକି ୩୫୩ ଜଣ ଏବେ ବି ସକ୍ରିୟ ଅଛନ୍ତି।

Comment