ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ରାଜ୍ୟରୁ ଆଜି ୬୧୬ ପଜିଟିଭ୍ ଚିହ୍ନଟ
  • ୪୧୫ କ୍ୱାରେଣ୍ଟାଇନରୁ, ୨୦୧ ଲୋକାଲ୍ କେସ୍
  • ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୭୩୭କୁ ବୃଦ୍ଧି

ରାଜ୍ୟରେ ଆଜି ୬ ଶହ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ସୋମବାର ଆଉ ୬୧୬ ପଜିଟିଭ୍ ଚିହ୍ନଟ ହେବା ସହିତ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୧୩ ହଜାର ଉପରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଚିହ୍ନଟ ହୋଇଥିବା ୬୧୬ ପଜିଟିଭଙ୍କ ମଧ୍ୟରୁ ୪୧୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୨୦୧ ଲୋକାଲ୍ କେସ୍ ବୋଲି ଜଣାପଡ଼ିଛି।CGU newପ୍ରତିଥର ଭଳି ଏଥର ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୭, ବାଲେଶ୍ୱରରୁ ୨୭, ବରଗଡ଼ରୁ ୩୧, ଭଦ୍ରକରୁ ୨, ବଲାଙ୍ଗିରରୁ ୨, କଟକରୁ ୨୩, ଢେଙ୍କାନାଳରୁ ୭, ଗଜପତିରୁ ୧, ଜଗତସିଂହପୁରରୁ ୧୮, ଯାଜପୁରରୁ ୧୭, ଝାରସୁଗୁଡ଼ାରୁ ୧୧, କନ୍ଧମାଳରୁ ୬, କେନ୍ଦ୍ରାପଡ଼ାରୁ ୧, କେନ୍ଦୁଝରରୁ ୨୩, ଖୋର୍ଦ୍ଧାରୁ ୨୯, କୋରାପୁଟରୁ ୫୦, ମାଲକାନଗିରିରୁ ୧୪, ମୟୂରଭଞ୍ଜରୁ ୧୩, ନବରଙ୍ଗପୁରରୁ ୪୦, ନୂଆପଡ଼ାରୁ ୫, ପୁରୀରୁ ୧ ଓ ସୁନ୍ଦରଗଡ଼ରୁ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୭୩୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୮୭୫୦ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୪୮୯୬ ଜଣ ସକ୍ରିୟ ଅଛନ୍ତି।

Comment