ଓଡ଼ିଶାଲାଇଭ୍ ବ୍ୟୁରୋ

cgu scholarship program-1

  • ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଲାଗି ସିଜିୟୁର ପଦକ୍ଷେପ
  • କରୋନା ଯୋଦ୍ଧାଙ୍କ ପିଲାଙ୍କ ପାଇଁ ‘ଛାତ୍ରବୃତ୍ତି’ ଘୋଷଣା
  • ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ମିଳିବ ‘ଛାତ୍ରବୃତ୍ତି’
  • ମେରିଟ୍‌ ଆଧାରରେ ମେଧାବୀଙ୍କୁ ମିଳିବ ବୃତ୍ତି
  • ଓଡ଼ିଶାର ମୂଳବାସିନ୍ଦା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର

କରୋନା ସଙ୍କଟ ବେଳେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ପିଲାମାନଙ୍କ ପାଇଁ ‘ଛାତ୍ରବୃତ୍ତି ବା ସ୍କଲାରସିପ୍‌’ ଘୋଷଣା କରିଛି ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)। ୨୦୨-୨୧ ଶିକ୍ଷା ବର୍ଷ ପାଇଁ ୫ କୋଟି ଟଙ୍କାର ‘ଛାତ୍ରବୃତ୍ତି‌’ ବିଶ୍ୱବିଦ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି।

ମେଡିକାଲ, ପାରାମେଡିକାଲ, ପୌରପାଳିକା, ପୋଲିସ୍‌, ଅନ୍ୟ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀ ଏବଂ କୋଭିଡ୍‌-୧୯ ଲକ୍‌ଡାଉନ୍‌ ବେଳେ ଯେଉଁମାନେ ସ୍ୱତଃପ୍ରବୃତ ଭାବେ କାମ କରିବାକୁ ଆଗେଇ ଆସିଥିଲେ ସେମାନଙ୍କ ପିଲାମାନଙ୍କ ପାଇଁ ଏହି ଛାତ୍ରବୃତ୍ତି ଉପଲବ୍ଧ।

ଏହି ସ୍କଲାରସିପ୍ ଅଣ୍ଡର ଗ୍ରାଜୁଏଟ୍‌ (ୟୁଜି), ପୋଷ୍ଟ ଗ୍ରାଜୁଏଟ୍‌ (ପିଜି), ପିଏଚ୍‌ଡି, ହୋଟେଲ ମ୍ୟାନେଜମେଣ୍ଟ, ଡିପ୍ଲୋମା, ଏମ୍‌ଟେକ୍‌ (ପିଜି) ଏବଂ ଆଇଟିଆଇ ପାଠ୍ୟକ୍ରମ ପାଇଁ ଘୋଷଣା କରାଯାଇଛି।

‘‘କରୋନା ଭଳି ଏକ ଜଟିଳ ସମୟରେ ଯେଉଁମାନେ ସମାଜ ପାଇଁ ଆଗଧାଡ଼ିରେ ଠିଆ ହୋଇଛନ୍ତି ସେମାନଙ୍କୁ ଉତ୍ସାହିତ କରିବା ଲାଗି ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ) ପକ୍ଷରୁ ପଦକ୍ଷେପ ନିଆଯାଇଛି। ସିଜିୟୁ ଏହି କଥାକୁ ଗୁରୁତ୍ୱ ଦେଇ ସେମାନଙ୍କ ପିଲାମାନଙ୍କ ପାଇଁ ‘ଛାତ୍ରବୃତ୍ତି’ ଘୋଷଣା କରିଛି। ମେରିଟ୍‌ ଆଧାରରେ ବୃତ୍ତି ପ୍ରଦାନ କରାଯିବ। ଓଡ଼ିଶାର ମୂଳବାସିନ୍ଦା ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ’’, କହିଛନ୍ତି ସିଜିୟୁ ପ୍ରତିଷ୍ଠାତା ତଥା ସଭାପତି ପ୍ରଫେସର ସଞ୍ଜୀବ କୁମାର ରାଉତ।

CGU new

ଆବଶ୍ୟକୀୟ ପ୍ରମାଣପତ୍ର (ୟୁଜି, ପିଜି, ପିଏଚ୍‌ଡି ଛାତ୍ରଛାତ୍ରୀ)

ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟିର ‘ଆଡମିଶନ ଲେଟର’ର ଗୋଟିଏ ଜେରକ୍ସ କପି।

ଅଭିଭାବମାନେ ମଧ୍ୟ ସେମାନଙ୍କର ବୃତ୍ତିଗତ ପ୍ରମାଣପତ୍ର ଦେବାକୁ ପଡ଼ିବ। ନିଯୁକ୍ତି ସମ୍ପର୍କୀତ ତଥ୍ୟ ଦେବାକୁ ପଡ଼ିବ। କେଉଁ ସମୟରେ ଏବଂ କେଉଁଠି ପୋଷ୍ଟିଂ ହୋଇଥିଲା ତାହା ବି ଆବେଦନ ବେଳେ ଜଣାଇବାକୁ ପଡ଼ିବ। ଆବଶ୍ୟକସ୍ଥଳେ ଦରମା ପ୍ରମାଣପତ୍ର ଏବଂ ଯଦି ଅନ୍ୟତ୍ର ବଦଳି ହୋଇଥାଏ ତାହାଲେ ବଦଳି ଆଦେଶନାମାର ଏକ ନକଲ ମଧ୍ୟ ଦେବାକୁ ପଡ଼ିବ।

CV Raman universityକେମିତି ଚୟନ କରାଯିବ?

ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟିରେ ଚଳିତ ଶିକ୍ଷାବର୍ଷରେ ନାମ ଲେଖାଇଥିବା କରୋନା ଯୋଦ୍ଧାମାନଙ୍କ ପିଲାମାନେ ଏଥିରେ ଭାଗ ନେଇପାରିବେ। ବିଶ୍ୱବିଦ୍ୟାଳୟର ସମସ୍ତ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନଙ୍କୁ ଏଥିରେ ସାମିଲ କରାଯିବ। ବିଶେଷକରି ବିଭିନ୍ନ ବିଭାଗରେ ଭଲ ରାଙ୍କରେ ଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ। ଓଡ଼ିଶାର କୋଭିଡ୍‌ ଯୋଦ୍ଧାଙ୍କ ପିଲାମାନଙ୍କୁ ଅଗ୍ରାଧିକାର ଦିଆଯିବ।

ଆବଶ୍ୟକୀୟ ପ୍ରମାଣପତ୍ର (ହୋଟେଲ ମ୍ୟାନେଜମେଣ୍ଟ, ଡିପ୍ଲୋମା, ଆଇଟିଆଇ)

ଅଭିଭାବମାନେ ମଧ୍ୟ ସେମାନଙ୍କର ବୃତ୍ତିଗତ ପ୍ରମାଣପତ୍ର ଦେବାକୁ ପଡ଼ିବ। ନିଯୁକ୍ତି ସମ୍ପର୍କୀତ ତଥ୍ୟ ଦେବାକୁ ପଡ଼ିବ। କେଉଁ ସମୟରେ ଏବଂ କେଉଁଠି ପୋଷ୍ଟିଂ ହୋଇଥିଲା ତାହା ବି ଆବେଦନ ବେଳେ ଜଣାଇବାକୁ ପଡ଼ିବ। ଆବଶ୍ୟକସ୍ଥଳେ ଦରମା ପ୍ରମାଣପତ୍ର ଏବଂ ଯଦି ଅନ୍ୟତ୍ର ବଦଳି ହୋଇଥାଏ ତାହାଲେ ବଦଳି ଆଦେଶନାମାର ଏକ ନକଲ ମଧ୍ୟ ଦେବାକୁ ପଡ଼ିବ।

CV Raman Chairman Sanjib Rout Interview.00_00_03_07.Still001ଚୟନ ପ୍ରକ୍ରିୟା

୨୦୨୦-୨୧ ଶିକ୍ଷାବର୍ଷରେ ହୋଟେଲ ମ୍ୟାନେଜମେଣ୍ଟ, ଡିପ୍ଲୋମା ଏବଂ ଆଇଟିଆଇ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରାଛାତ୍ରୀଙ୍କୁ ମେଧା ଭିତ୍ତିରେ ଛାତ୍ରବୃତ୍ତି ପାଇଁ ଚୟନ କରାଯିବ। ଓଡ଼ିଶାର କୋଭିଡ୍‌ ଯୋଦ୍ଧାଙ୍କ ପିଲାମାନଙ୍କୁ ଅଗ୍ରାଧିକାର ଦିଆଯିବ।

 

ଅଧିକ ସୂଚନା ପାଇଁ ଯୋଗାଯୋଗ କରନ୍ତୁ

ସିଜିୟୁରେ ନାମ ଲେଖାଇବା ଛାତ୍ରବୃତ୍ତି ସମ୍ବନ୍ଧୀୟ ଅଧିକ ତଥ୍ୟ ପାଇବା ଲାଗି ହ୍ୱାଟସ୍‌ଆପ୍‌, ମୋବାଇଲ ଏବଂ ଟେଲିଫୋନ ନମ୍ବର ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଇଛି। ଏହାସହ ଇମେଲ ଏବଂ ବିଶ୍ୱବିଦ୍ୟାଳୟର ୱେବ୍‌ସାଇଟ୍‌ ମାଧ୍ୟମରେ ସମସ୍ତ ତଥ୍ୟ ପାଇପାରିବେ।

ହ୍ୱାଟ୍‌ସ୍‌ଆପ୍‌ ନମ୍ବର – ୯୦୪୦୦୨୧୧୦୨

ମୋବାଇଲ ନମ୍ବର – ୯୦୪୦୦୨୧୧୦୦, ୯୦୪୦୦୨୧୧୦୧, ୯୦୪୦୦୨୧୧୦୩

ଟେଲିଫୋନ ନମ୍ବର – ୦୬୭୪୬୬୩୬୫୫୫

ଇମେଲ୍‌ – admission@cgu-odisha.ac.in

ଓ୍ୱେବସାଇଟ୍‌: cgu-odisha.ac.in

 

CV Raman Chairman Sanjib Rout Interview.00_00_04_01.Still002

ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟିରେ ୨୦୨୦-୨୧ ଶିକ୍ଷାବର୍ଷ ଲାଗି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ସିଜିଇଟି-୨୦୨୦ ଦେଇ ନାମ ଲେଖାଇ ପାରିବେ। ସେହିପରି ଜେଇଇ ମେନ୍‌, ଓଜେଇଇ, କ୍ୟାଟ୍‌, ମ୍ୟାଟ୍‌, ଜ୍ୟାଟ୍‌, ପିଜ୍ୟାଟ୍‌, ଗେଟ୍‌ ଏବଂ ଏଟିଏମ୍‌ଏ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ମଧ୍ୟ ନାମ ଲେଖାଇ ପାରିବେ।

ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟି ପକ୍ଷରୁ ଆୟୋଜିତ ହେଉଥିବା ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ‘ସିଜିଇଟି-୨୦୨୦’ ପାଇଁ ରେଜିଷ୍ଟ୍ରେସନ କରିବାର ଶେଷ ତାରିଖ ହେଉଛି ଜୁଲାଇ ୧୫ ତାରିଖ। ବି ଟେକ୍‌, ଲାଟେରାଲ ଏଣ୍ଟ୍ରି ବି ଟେକ୍‌, ଏମ୍‌ବିଏ, ଏମ୍‌ ଟେକ୍‌ ରେଗୁଲାର/ଏମ୍‌ଏସ୍‌ସି, ପିଏଚ୍‌ଡି, ବିବିଏ, ପିଜି ଡିପ୍ଲୋମା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

Comment