ଓଡିଶାଲାଇଭ୍ ବ୍ୟୁରୋ

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଭୟଙ୍କର ହେଉଥିବାବେଳେ ଫାର୍ମା କମ୍ପାନୀ ଗ୍ଲେନମାର୍କ ଫାର୍ମାସିୟୁଟିକାଲ୍ସ ଏକ ଆଶ୍ଵସ୍ତିକର ପଦକ୍ଷେପ ଗ୍ରହଣ କରିଛି। ଏହି କମ୍ପାନୀ ସାମାନ୍ୟ କରୋନା ଲକ୍ଷଣ ଥିବା ରୋଗୀଙ୍କ ପାଇଁ ପ୍ରସ୍ତୁତ ଫାବି ଫ୍ଲୁ ଦରକୁ ୨୭% କମାଇଦେଇଛି। ଏନେଇ କମ୍ପାନୀ ପକ୍ଷରୁ ସୂଚନା ମିଳିଛି।

ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଫାବି ଫ୍ଲୁ ମୂଲ୍ୟ ହ୍ରାସ କରାଯାଇଛି। ପୂର୍ବରୁ ପ୍ରତି ଟାବଲେଟ୍ ମୂଲ୍ୟ ୧୦୩ ଟଙ୍କା ଥିଲା। ଏବେ ପ୍ରତି ଟାବଲେଟ୍ ପିଛା ୭୫ ଟଙ୍କା ଦେବାକୁ ପଡ଼ିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଗ୍ଲେନମାର୍କ ଫାର୍ମାସିୟୁଟିକାଲ୍ସ ବରିଷ୍ଠ ଉପ ସଭାପତି ଆଲୋକ ମଲିକ୍ କହିଛନ୍ତି, “ଅନ୍ୟ ଦେଶଗୁଡ଼ିକରେ ବିକ୍ରି ହେଉଥିବା ଫାବିପିରାଭିର ମୂଲ୍ୟ ତୁଳନାରେ ସର୍ବନିମ୍ନ ବଜାର ମୂଲ୍ୟରେ ଆମେ ଫାବି ଫ୍ଲୁକୁ ଲଞ୍ଚ କରିଛୁ। ବର୍ତ୍ତମାନ ଏହି ମୂଲ୍ୟ ହ୍ରାସ ଦ୍ଵାରା ଏହା ସମଗ୍ର ଦେଶରେ ରୋଗୀମାନଙ୍କ ପାଇଁ ସୁଲଭ ହୋଇପାରିବ ବୋଲି ଆମେ ଆଶା କରୁଛୁ।”CGU newଫାବି ଫ୍ଲୁର ଉତ୍ପାଦନ ଏବଂ ବିକ୍ରୟ ପାଇଁ ଭାରତୀୟ ଡ୍ରଗ ରେଗୁଲେଟର ଅନୁମତି ପ୍ରଦାନ କରିଛି ବୋଲି ଗତ ଜୁନ ୨୦ ତାରିଖରେ ଗ୍ଲେନମାର୍କ ପକ୍ଷରୁ କୁହାଯାଇଥିଲା।

ଗ୍ଲେନମାର୍କ ଇତିମଧ୍ୟରେ ଫାବି ଫ୍ଲୁର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟେଷ୍ଟ କରିସାରିଛି। ଏହାର ଫଳାଫଳ ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Comment