ଓଡ଼ିଶାଲାଇଭ୍‌ ବ୍ୟୁରୋcorona-3

ଭାରତରେ କରୋନା ସ୍ଥିତି ସାଂଘାତିକ ହେଲାଣି। ଆମେରିକା ପରେ ଆଜି ବିଶ୍ୱରେ ସର୍ବାଧିକ କରୋନା ମାମଲା ଭାରତରେ ଦେଖାଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୮ ଲକ୍ଷ ୭୮ ହଜାର ୨୫୪ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି।CGU new

ସେଥିମଧ୍ୟରୁ ୧୩,୧୭୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଲକ୍ଷ ୫୩ ହଜାର ଲୋକ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୨୮ ହଜାର ୭୦୧ ନୂଆ କରୋନା ମାମଲା ଆସିଥିଲା ବେଳେ ୫ ଶହ ଜଣଙ୍କର ମୃତ୍ୟୁ ଘଟିଛି।

ସର୍ବାଧିକ କରୋନା ସଂକ୍ରମିତ ଦେଶ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିଛି। ସେହିପରି ଆମେରିକା ପ୍ରଥମ ଓ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ଅଛି।

Comment