ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରୁ ଆଜି ପୁଣି ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜଧାନୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୬୯ରେ ପହଞ୍ଚିଛି।
ଚିହ୍ନଟ ହୋଇଥିବା ୫୧ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ୩୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିଲା ବେଳେ ୧୬ଟି ଲୋକାଲ କେସ୍ ରହିଛି।
ଚନ୍ଦ୍ରଶେଖରପୁର, କଳିଙ୍ଗ ବିହାର, ଳକ୍ଷ୍ମୀ ନଗର, ଖାରବେଳ ନଗର, ଭରତପୁର, ଶାସ୍ତ୍ରୀ ନଗର, ନୟାପଲ୍ଲୀ, ଝାରପଡ଼ା ଅଞ୍ଚଳରୁ ଲୋକାଲ କେସ୍ ଆସୁଥିବାରୁ ଏହା ଚନ୍ତା ବଢ଼ାଇଛି।
ଏଯାବତ୍ ଭୁବନେଶ୍ୱରରେ ୭୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୩୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୩୯୭ ଆକ୍ଟିଭ କେସ୍ ରହିଥିଲା ବେଳେ ଭୁବନେଶ୍ୱରରେ ଏଯାଏଁ କରୋନାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି।