ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ପୁଣି ୫୪୩ ନୂଆ କରୋନା ପଜିଟିଭ୍ ଚିହ୍ନଟ
  • ୩୫୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ,୧୮୯ ଲୋକାଲ୍ କେସ୍
  • ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪,୨୮୦କୁ ବୃଦ୍ଧି

ରାଜ୍ୟରେ ପୁଣି ଚିହ୍ନଟ ହେଲେ ୫୪୩ ନୂଆ କରୋନା ପଜିଟିଭ୍। ମଙ୍ଗଳବାର ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟର ମୋଟ ପଜିଟିଭ୍ ସଂଖ୍ୟା ୧୪ ହଜାର ଟପିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ଭିତରୁ ୩୫୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୧୮୯ ଲୋକାଲ୍ କେସ୍ ବୋଲି ଜଣାପଡ଼ିଛି।CGU newପ୍ରତିଥର ଭଳି ଏଥର ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୧, ବାଲେଶ୍ୱରରୁ ୮, ବରଗଡ଼ରୁ ୩, ଭଦ୍ରକରୁ ୧, ବଲାଙ୍ଗିରରୁ ୫, ବୌଦ୍ଧରୁ ୭, କଟକରୁ ୩୯, ଢେଙ୍କାନାଳରୁ ୨, ଗଜପତିରୁ ୨୯, ଜଗତସିଂହପୁରରୁ ୧୫, ଯାଜପୁରରୁ ୧, ଝାରସୁଗୁଡ଼ାରୁ ୬, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୨୨, ଖୋର୍ଦ୍ଧାରୁ ୮୭, ମାଲକାନଗିରିରୁ ୧୧, ମୟୂରଭଞ୍ଜରୁ ୨୨, ନୟାଗଡ଼ରୁ ୧, ପୁରୀରୁ ୭, ରାୟଗଡ଼ାରୁ ୨୪, ସମ୍ବଲପୁରରୁ ୨ ଓ ସୁନ୍ଦରଗଡ଼ରୁ ୫୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ରାଜ୍ୟରୁ ଏଯାବତ ୧୪,୨୮୦ଟି କରୋନା ପଜିଟିଭ୍ କେସ୍ ସାମନାକୁ ଆସିଛି। ସେଥିମଧ୍ୟରୁ ୯୨୫୫ ଜଣ ସୁସ୍ଥ ହୋଇଥିବାବେଳେ ବାକି ୪୯୨୯ ଜଣ ଏବେ ବି ସକ୍ରିୟ ଅଛନ୍ତି।

Comment