ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

lock down-1

ଦେଶରେ କରୋନା ଥମିବାର ନାଁ ନଉନି। ହୁ ହୁ ହୋଇ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଏଥିମଧ୍ୟରେ କିଛି ସ୍ଥାନରେ କରୋନାକୁ ନେଇ ହୋଇଥିବା କଟକଣାକୁ ସାମାନ୍ୟ କୋହଳ କରାଯାଇଥିବାର ଦେଖାଯାଇଥିଲା। କିନ୍ତୁ ବର୍ତ୍ତମାନ କରୋନାର ଭୟାବହ ପରିସ୍ଥିତକୁ ଦେଖି ଦେଶର କେତେକ ସହରରେ ପୁଣି ଲକଡାଉନ ଆରମ୍ଭ ହେବା ସହ ବସ୍ ସେବା ମଧ୍ୟ ବନ୍ଦ ରଖାଯାଇଛି।

CGU new

କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁଜୁରାଟର ଅହମଦାବାଦ, ବଡ଼ୋଦରା ଏବଂ ସୁରଟରେ ସରକାରୀ ବସ୍ ଚଳାଚଳ ବନ୍ଦ କରିଦିଆଯାଇଛି। ସେହିପରି ଗ୍ୱାଲିୟରରେ ଗୋଟିଏ ଦିନରେ ସମୁଦାୟ ୧୯୧ଟି ପଜିଟିଭ୍ କେସ ବାହାରିଥିବାରୁ ଆଜି ସଂଧ୍ୟା ସାତଟାରୁ ଏଠାରେ ଗୋଟିଏ ସପ୍ତାହ ପାଇଁ ଲକାଡାଉନ ଘୋଷଣା କରାଯାଇଛି।

ଆଜି ରାତିରୁ ବେଙ୍ଗାଳୁରୁ ସହ ଦକ୍ଷିଣ କର୍ଣ୍ଣାଟକରେ ଗୋଟିଏ ସପ୍ତାହ ପାଇଁ ଏବଂ ମହାରାଷ୍ଟ୍ରର ପୁଣେ ଓ ପିମ୍ପରି-ଚିଞ୍ଚଓ୍ୱାଡଠାରେ ୧୦ ଦିନ ପାଇଁ ଲକଡାଉନ ଲାଗୁ ହେବ। ଜମ୍ମୁ-କଶ୍ମୀରର କିଛି ଅଞ୍ଚଳ ମଧ୍ୟ ଲକଡାଉନ ଅଛି।

lockdown

ସେହିପରି ଉତ୍ତରପ୍ରଦେଶରେ ପ୍ରତି ଶନିବାର ଏବଂ ରବିବାର ଲକଡାଉନ ଲାଗୁ ହୋଇଥାଏ। ବର୍ତ୍ତମାନ ବାରାଣାସୀରେ ପାଞ୍ଚ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି। ଏହି ଲକଡାଉନ ସଂଧ୍ୟା ୫ଟା ପରଠାରୁ ଲାଗୁ ହେବ।

ଦେଶରେ ଲକଡାଉନ ତଥା କରୋନା କଟକଣାରେ ସାମାନ୍ୟ କୋହଳତା ମଧ୍ୟ ବର୍ତ୍ତମାନ ଅଧିକ କ୍ଷତିକର ସାବ୍ୟସ୍ତ ହେବାରେ ଲାଗିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ନଅ ଲକ୍ଷ ପାର କରିସାରିଲାଣି। ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here