ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

corona

ଦେଶରେ ନଅ ଲକ୍ଷ ଟପିସାରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦିନକୁ ଦିନ ଏହି ସଂଖ୍ୟା ବଢ଼ିଚାଲିଥିବା ବେଳେ ରାଜଧାନୀରେ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ଗତ ଏକ ସପ୍ତାହ ମଧ୍ୟରେ ଦିଲ୍ଲୀରେ ପଜିଟିଭ୍ କେସ୍ ସଂଖ୍ୟା ପ୍ରାୟ ଦଶ ପ୍ରତିଶତ କମିଥିବାର ଦେଖାଯାଇଛି।

ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଗତ ସୋମବାର ଦିନ ସମୁଦାୟ ୨୧,୨୩୬ ଜଣଙ୍କ କରୋନା ଟେଷ୍ଟ ହୋଇଥିଲା ଯେଉଁଥିରୁ କେବଳ ୧୫୭୩ ଜଣଙ୍କର ପଜିଟିଭ୍ ବାହାରିଛି। ଗତ କୋଡ଼ିଏ ଦିନ ମଧ୍ୟରେ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୨୩ ପ୍ରତିଶତରୁ କମି ୭.୫ ପ୍ରତିଶତ ରହିଛି।

CGU new

ଏହା ସହ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ଏଠାକାର କୋଭିଡ୍ ହସ୍ପିଟାଲଗୁଡ଼ିକରେ ପ୍ରାୟ ୭୦ ପ୍ରତିଶତ ବେଡ୍ ଖାଲି ହୋଇଯାଇଥିବାର ଜଣାପଡ଼ିଛି। ସେହିପରି ସଂକଟାପନ୍ନ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଭେଣ୍ଟିଲେଟର ବେଡ୍ ମଧ୍ୟରୁ ୧୦୫୩ଟି ବେଡ୍ ମଧ୍ୟ ଖାଲି ପଡ଼ିଛି। ତେବେ ଦିଲ୍ଲୀରେ ହେଉଥିବା ପ୍ଲାଜମା ଥେରାପି ଯୋଗୁଁ ସଂକ୍ରମଣ ହ୍ରାସ ପାଇଥିବାର କୁହାଯାଉଛି। ଏନେଇ ଦିଲ୍ଲୀ ସରକାରଙ୍କ ତରଫରୁ ଲୋକନାୟକ ହସ୍ପିଟାଲରେ ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କ ତିଆରି ହୋଇଛି।

corona positive

ବର୍ତ୍ତମାନ ସୁଦ୍ଧା ରାଜଧାନୀ ଦିଲ୍ଲୀରେ ୧,୧୩,୭୪୦ ଲୋକ ସଂକ୍ରମିତ ଥିବା ବେଳେ ୩୪୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହ ୯୧,୩୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comment