ଓଡ଼ିଶାଲାଇଭ୍ ବ୍ୟୁରୋ

heat stroke-4

ଖରାଦିନେ ସାଧାରଣତଃ ଶରୀରରେ ଜଳୀୟ ଅଂଶର ଅଭାବ ଯୋଗୁଁ ଲୁ’ ଲାଗିବାର ଯଥେଷ୍ଟ ସମ୍ଭାବନା ଥାଏ। ଖାଦ୍ୟପେୟରେ ଅନିୟମିତତା ସହ ଅଧିକ ସମୟ ଖରାତାତିରେ ସମୟ ଅତିବାହିତ କରିବା ଦ୍ୱାରା ଲୁ’ ବା ସନ୍ ଷ୍ଟ୍ରୋକ୍ ହୋଇଥାଏ।

CGU new

ତେବେ ଆସନ୍ତୁ ଜାଣିବା ଘରୋଇ ଉପାୟରେ ଏହି ହିଟ୍ ଷ୍ଟ୍ରୋକ୍ ସହ କିପରି ମୁକାବିଲା କରାଯାଇପାରିବ-

ପିଆଜ ରସ- ଖରାଦିନେ ଲୁରୁ ବଞ୍ଚିବା ପାଇଁ ଏହା ଏକ ଉତ୍ତମ ଉପାୟ।ପିଆଜ ରସକୁ କାନ ପଛରେ, ଛାତିରେ ତଥା ପାଦରେ ଲଗାଇବା ଦ୍ୱାରା ଏହା ଶରୀରକୁ ଥଣ୍ଡା କରିବାରେ ସାହାଯ୍ୟ କରେ। ଆୟୁର୍ବେଦ ଉପଚାରରେ ମଧ୍ୟ ଲୁରୁ ବଞ୍ଚିବା ପାଇଁ ପିଆଜର ବ୍ବହାର କରାଯାଏ। ନିଜ ଖାଦ୍ୟରେ କଞ୍ଚା ପିଆଜ ବା ପିଆଜ ଚଟଣୀ ସାମିଲ୍ କରନ୍ତୁ।

onion

ଅଧିକ ପାନୀୟ ସେବନ କରନ୍ତୁ- ଖରାଦିନେ ଶରୀରକୁ ଅଧିକ ଜଳୀୟ ଅଂଶର ଆବଶ୍ୟକତା ଥାଏ। ଖରାଦିନେ ଦେହରୁ ଅଧିକ ଝାଳ ବାହାରିବା ଦ୍ୱାରା ଜଳୀୟ ଅଂଶର ଅଭାବ ଦେଖାଯାଇଥାଏ। ତେଣୁ ଏହି ସମୟରେ ଭରପୁର ପାନୀୟ ପିଅନ୍ତୁ। ପାନୀୟ ଜଳ ବ୍ୟତୀତ ଆପଣ ଆଖୁ ରସ, ଫଳ ରସ, ଲସି, ଦହି ସରବତ୍ ଆଦି ପିଇପାରିବେ।

summer drinks

ଧନିଆ- ଖରାଦିନେ ଆପଣ ଧନିଆ ସରବତ୍ କରି ପିଇଲେ ଏହା ଅତ୍ୟନ୍ତ ଲାଭଦାୟୀ ହୋଇଥାଏ। ଧନିଆପତ୍ରକୁ କିଛି ସମୟ ପାଣିରେ ଭେଦାଇ ପରେ ଏହାକୁ ଭଲଭାବରେ ମିଶାଇ ପାଣିକୁ ଛାଣି ଦିଅନ୍ତୁ। ସ୍ୱାଦ ଅନୁସାରେ ଚିନି ମିଶାଇ ଏହାକୁ ପିଇପାରିବେ। ଧନିଆ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ।

Corriander leaf

ଆମ୍ବ ପନ୍ନା- କଞ୍ଚା ଆମ୍ବକୁ କିଛି ସମୟ ପାଣିରେ ଫୁଟାଇ ପରେ ଏଥିରୁ ଚୋପା ଏବଂ ଟାକୁରା ଅଲଗା କରିଦିଅନ୍ତୁ। ଏହାପରେ ଏଥିରେ ସ୍ୱାଦ ଅନୁଯାୟୀ ଚିନି, ଲୁଣ ତଥା ଆପଣଙ୍କ ପସନ୍ଦ ଅନୁଯାୟୀ ମସଲା ମିଶାଇ ପ୍ରସ୍ତୁତ କରନ୍ତୁ ଆମ୍ବ ପନ୍ନା। ଏହା ସ୍ୱାଦିଷ୍ଟ ହୋଇଥିବା ସହ ଶରୀରକୁ ସତେଜ କରାଏ ଏବଂଲୁ’ରୁ ରକ୍ଷା କରେ।

aam panna

ପୁଦିନା ପାଣି- ପୁଦିନାର ଓୌଷଧୀୟ ଗୁଣ ଥିବାରୁ ଏହା ଶରୀର ପାଇଁ ଅତି ଲାଭଦାୟକ। ଏହା ଶରୀରକୁ ଥଣ୍ଡା ରଖିଥାଏ। ପୁଦିନାପତ୍ରକୁ କିଛି ସମୟ ପାଣିରେ ଭେଦାଇ ରଖି ସେହି ପାଣିକୁ ପିଅନ୍ତୁ। ଏହା ଦ୍ୱାରା ପୁଦିନାରେ ଥିବା ସମସ୍ତ ପୋଷକ ତତ୍ତ୍ୱ ଶରୀରକୁ ମିଳିଥାଏ। ଏହା ଶରୀରକୁ ଥଣ୍ଡା ରଖୁଥିବାରୁ ଲୁ’ ହେବାର ଆଶଙ୍କା ଦୂର କରିଥାଏ।

pudina

ଏହି ସବୁ ଘରୋଇ ଉପାୟ ଅବଲମ୍ବନ କରି ଆପଣ ଲୁ’ ଦାଉରୁ ନିଜକୁ ରକ୍ଷା କରିପାରିବେ।

Comment