ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ପ୍ଲାଜମା ଥେରାପୀ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଭୁବନେଶ୍ୱରର ସମ୍‌, କିମ୍‌ସ ଓ କଟକର ଅଶ୍ୱିନୀ ହସ୍‌ପିଟାଲରେ ଏହି ଥେରାପି ଆରମ୍ଭ କରାଯିବ। ଏସ୍‌ସିବି ମେଡିକାଲ କଲେଜ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ଭାବରେ କାମ କରିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ପ୍ଲାଜମା ଥେରାପି ସମ୍ପର୍କରେ ସୂଚନା ଦେଇଥିଲେ।

CGU newଗତ ଦୁଇଦିନ ତଳେ କରୋନା ସ୍ଥିତି ସମୀକ୍ଷା ପାଇଁ ମନ୍ତ୍ରୀ ସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ପ୍ଲାଜମା ଥେରାପି ଉପରେ ଆଲୋକପାତ କରାଯାଇଥିଲା। ଏସ୍‌ସିବି ମେଡିକାଲ କଲେଜକୁ ପ୍ଲାଜମା ଥେରାପି ହବ୍‌ କରିବା ଉପରେ ଆଲୋଚନା ହୋଇଥିଲା।

Comment