ଓଡ଼ିଶାଲାଇଭ୍ ବ୍ୟୁରୋ

Tawang

ବହୁ ବର୍ଷ ଧରି ଚାଲିଆସୁଛି ଭାରତ-ଚୀନ ସୀମା ବିବାଦ। ନିକଟରେ ଗଲଓ୍ୱାନ ଘାଟିରେ ହୋଇଥିବା ହିଂସା ଏହାର ଏକ ଜ୍ୱଳନ୍ତ ଉଦାହରଣ। ତେବେ ଭାରତରେ ଏପରି ଅନେର ସ୍ଥାନ ଅଛି ଯାହା ଉପରେ ଚୀନ୍ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଚାହେଁ। ଏଥିମଧ୍ୟରୁ ଗୋଟିଏ ହେଉଛି ଅରୁଣାଚଳ ପ୍ରଦେଶ। ତେବେ ଏହା ପଛରେ କ’ଣ ରହିଛି କାରଣ? ଆସନ୍ତୁ ଜାଣିବା ସେବିଷୟରେ-

CGU new

ପ୍ରାଚୀନ କାଳରୁ ତିବ୍ବତ ଏବଂ ଅରୁଣାଚଳ ପ୍ରଦେଶ ମଧ୍ୟରେ କୌଣସି ସ୍ପଷ୍ଟ ସୀମା ରେଖା ନଥିଲା। ଅରୁଣାଚଳ ପ୍ରଦେଶର ଉତ୍ତର ଭାଗରେ ରହିଛି ଏକ ସୁନ୍ଦର ସହର ‘ତଓ୍ୱାଙ୍ଗ’। ଏଠାରେ ରହିଛି ଏକ ବିଶାଳ ବୌଦ୍ଧ ମନ୍ଦିର ଅଛି ଯାହା ତିବ୍ବତର ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଏକ ତୀର୍ଥ ସ୍ଥଳ। ଏହା ସତରଶହ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା। ବହୁ ପୂର୍ବରୁ ଚୀନ ଏହି ସ୍ଥାନ ଉପରେ ନିଜର ଦାବି ଜାହିର କରିଥିଲା। ତିବ୍ବତ ନିଜକୁ ଏକ ସ୍ୱତନ୍ତ୍ର ରାଷ୍ଟ୍ର ଘୋଷଣା କଲେ ମଧ୍ୟ ଚୀନ୍ ଏହା ମାନିବାକୁ ଅସ୍ୱୀକାର କରେ।

tawang-3

ସୀମାରେଖା ସ୍ପଷ୍ଟୀକରଣ ନିମନ୍ତେ ୧୯୧୪ ମସିହାରେ ତିବ୍ବତ, ଚୀନ ଏବଂ ବ୍ରିଟିଶ ଭାରତର ପ୍ରତିନିଧିମାନଙ୍କ ଦ୍ୱାରା ଏକ ବୈଠକ ବସିଥିଲା। ଏହି ବୈଠକରେ ବ୍ରିଟିଶ ସରକାର ତଓ୍ୱାଙ୍ଗକୁ ଭାରତର ଅଙ୍ଗ ଭାବେ ଘୋଷଣା କରିଥିଲେ। ତିବ୍ବତ ମଧ୍ୟ ଏହାକୁ ନିଜର ସମର୍ଥନ ଜଣାଇଥିଲା। କିନ୍ତୁ ଚୀନ ଏହାକୁ ଏସ୍ୱୀକାର କରିବା ସହ ଏହି ବୈଠକରୁ ବାହାରିଯାଇଥିଲା କାରଣ ଚୀନ ବୌଦ୍ଧଙ୍କ ଧର୍ମପୀଠ ତଓ୍ୱାଙ୍ଗକୁ ନିଜ ଅଧୀନକୁ ଆଣିବାକୁ ଚାହୁଁଥିଲା।

Tawang-1

୧୯୬୨ ମସିହାରେ ଭାରତ-ଚୀନ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ଚୀନ ତଓ୍ୱାଙ୍ଗ ଉପରେ କବଜା କରିନେଇଥିଲେ ମଧ୍ୟ ପରେ ଏଥିରୁ ଓହରି ଯାଇଥିଲା। ଏହାପରେ ଭାରତ ଏହି ସଂପୂର୍ଣ୍ଣ ଅଞ୍ଚଳକୁ ନିଜ ଅଧୀନକୁ ନେଇଆସିଥିଲା।

Comment