ଓଡିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡ଼ୁ): ଖୋର୍ଦ୍ଧା ୧୬ ନଂ ଜାତୀୟ ରାଜପଥ ବାଇପାସ କଡ଼ରେ ଥିବା କ୍ରିଷ୍ଣା ବାର ନିକଟରେ ଛୁରାମାଡ଼ରେ ଉକ୍ତ ବାର୍‌ର ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଖୋର୍ଦ୍ଧା ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ମୃତ ଯୁବକ ଜଣକ ଖୋର୍ଦ୍ଧା ଉପରସାହିର ଅଜୁ ବାରିକ(୩୬) ବୋଲି ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପଇସା ନେଣଦେଣକୁ ନେଇ ଏଭଳି କାଣ୍ଡ ହୋଇଛି। ଘଟଣାସ୍ଥଳରେ ଚପଲ, ରକ୍ତ ଭିଜା ଗାମୁଛା ପଡ଼ିରହିଛି। ହତ୍ୟାକାରୀମାନେ ଫେରାର ହୋଇଯାଇଛନ୍ତି।CGU newଖୋର୍ଦ୍ଧା ଟାଉନ ଥାନା ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଜାରି ରଖିଥିବାବେଳେ ଛୁରାମାଡ଼ର କାରଣ ଅସ୍ପଷ୍ଟ ରହିଛି।

Comment