ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

pregnant-1

କୁହାଯାଏ ଗର୍ଭଧାରଣ ପରେ ନାରୀ ଜୀବନରେ ସଂପୂର୍ଣ୍ଣତା ଆସେ। କିନ୍ତୁ ଏହି ସମୟରେ ମହିଳାମାନଙ୍କ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ମଧ୍ୟ ଆସିଥାଏ। ଓଜନ ବଢ଼ିବା ସହ ଫିଜିକ୍ ମଧ୍ୟ ବିଗିଡ଼ିଯାଏ। ତେଣୁ ଏହି ସମୟରେ ପ୍ରାୟ ସମସ୍ତେ ଢ଼ିଲା ଏବଂ ଆରାମଦାୟକ ପୋଷାକ ପିନ୍ଧିବାକୁ ସଠିକ୍ ମନେକରନ୍ତି।

CGU new

ତେବେ ବଲିଉଡ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ଗର୍ଭାବସ୍ଥାରେ ମଧ୍ୟ ନିଜକୁ ଦେଇଥିଲେ ଷ୍ଟାଇଲିସ୍ ଲୁକ୍ ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା। ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ-

kareena kapoor pregnant

କରୀନା କପୁର– ୨୦୧୬ରେ କରୀନା ପାଦ ଦେଇଥିଲେ ନିଜ ମାଟରନିଟି ପିରିୟଡରେ। ତେବେ ଏହି ସମୟରେ ମଧ୍ୟ ଲୋକେ ତାଙ୍କର ବେଶ୍ ଷ୍ଟାଇଲିସ୍ ଲୁକ୍ ଦେଖିବାକୁ ପାଇଥିଲେ। ଆରାମ ସହ ଷ୍ଟାଇଲକୁ କେବେ ଭୁଲନ୍ତିନି କରୀନା।

lisa haydon pregnant

ଲିସା ହେଡନ୍– ନିଜର ହଟ୍ ନେସ୍ ପାଇଁ ବେଶ୍ ଚର୍ଚ୍ଚାରେ ରୁହନ୍ତି ଲିସା ହେଡନ। ତେବେ ନିଜ ପ୍ରେଗ୍ନେନ୍ସି ସମୟରେ ମଧ୍ୟ ସେ ନିଜ ଷ୍ଟାଇଲକୁ ପୂର୍ବ ପରି ଜାରି ରଖିଥିଲେ। ଏହି ସମୟରେ ମଧ୍ୟ ସେ ନିଜ୍ ହଟ୍ ଲୁକରେ ଦର୍ଶକଙ୍କୁ ମନ ଜିଣିଥିଲେ।

kalki pregnant photo

କଲକି କୋଚଲିନ୍- ୨୦୧୯ ମସିହାରେ କଲକି ନିଜ ପ୍ରେଗ୍ନେନ୍ସି ବିଷୟରେ ଘୋଷଣା କରି ସମସ୍ତଙ୍କୁ ଚକିତ କରିଥିଲେ। କିନ୍ତୁ ଧିରେ ଧିରେ ତାଙ୍କର ମାଟରନିଟି ଲୁକ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ଆରାମ ସହ ଷ୍ଟାଇଲକୁ ଧ୍ୟାନରେ ରଖିଥିଲେ କଲକି।

sameera ready prgnant

ସମୀରା ରେଡ୍ଡି- ୨୦୧୯ରେ ସମୀରା ରେଡ୍ଡି ଦ୍ୱିତୀୟ ଥର ପାଇଁ ଗର୍ଭଧାରଣ କରିଥିଲେ। ଏହି ସମୟରେ ସେ ରଙ୍ଗୀନ ପୋଷାକ ସହ ନିଜର ଫୋଟୋକୁ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ଯେଉଁଥିରେ ସେ ଖୁବ୍ ଷ୍ଟାଇଲିସ୍ ଦେଖାଯାଉଥିଲେ।

neha dhupia pregnant

ନେହା ଧୁପିଆ– ନେହା ଧୁପିଆ ମଧ୍ୟ ଜଣେ ଷ୍ଟାଇଲିସ୍ ଆଇକନ ଭାବେ ବେଶ୍ ପରିଚିତ। ସମୟେ ସମୟେ ଷ୍ଟାଇଲ୍ ଗୋଲ୍ ଦେବାକୁ ସେ କେବେ ଭୁଲନ୍ତି ନାହିଁ। ନିଜର ଗର୍ଭାବସ୍ଥା ସମୟରେ ମଧ୍ୟ ସେ ନିଜର ଷ୍ଟାଇଲିସ୍ ଅବତାରରେ ସମସ୍ତଙ୍କୁ ଚକିତ କରିଥିଲେ।

Comment