ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

Ram gopal barma

ନିକଟରେ ଓଡ଼ିଶାର ଅପ୍ସରା ରାଣୀଙ୍କୁ ମିଳିଛି ବଲିଉଡରେ କାମ କରିବାର ସୁଯୋଗ। ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘ଥ୍ରୀଲର’ରୁ ସେ ଡେବ୍ୟୁ କରିବେ। ତେବେ ଆଉ ଏକ ଭଲ ଖବର ହେଉଛି ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟକ ସାଜିବେ ଜଣେ ଓଡ଼ିଆ ପୁଅ। ନବରଙ୍ଗପୁର ପୁଅ ରକ୍ କାଚିଙ୍କୁ ଏହି ଫିଲ୍ମର ମେଲ୍ ଲିଡ୍ ଭାବେ ଫାଇନାଲ କରିଛନ୍ତି ରାମ ଗୋପାଳ ବର୍ମା।

CGU new

ରକ୍ କାଚିଙ୍କ ଜନ୍ମ ନବରଙ୍ଗପୁର ଉପରକୋଟରେ ହୋଇଥିଲା। ବାପା ୟାସିନ୍ କାଚି ଏବଂ ମା’ ସଓ୍ୱାନ କାଚି ଏବଂ ଦୁଇ ଭାଇ ଜାଭେଦ ଅଦନାନଙ୍କ ସହ ସେ ମହାରାଷ୍ଟ୍ରର କୋହ୍ଲାପୁରରେ ରୁହନ୍ତି। ସେ କୋହ୍ଲାପୁରରେ ନିଜର ଏମବିଏ ପଢ଼ା ସମାପ୍ତ କରିଛନ୍ତି। ମିଷ୍ଟର ମହାରାଷ୍ଟ୍ର ହେବା ସହ ସେ ମଡେଲିଂ ମଧ୍ୟ କରନ୍ତି। କଲେଜ୍ ସମୟରୁ ହିଁ ସେ ଆକ୍ଟିଂ ପ୍ରତି ଆକୃଷ୍ଟ ଥିଲେ। ଆଙ୍କରିଂ ତଥା ବିଭିନ୍ନ ମଞ୍ଚ କାର୍ଯ୍ୟକ୍ରମରେ ସେ ଭାଗ ନେଇଛନ୍ତି। କେତେକ ୟୁଟ୍ୟୁବ୍  ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି।

rock kachhi-1

ଆକର୍ଷଣୀୟ ଫିଜିକ୍ ପାଇଁ ପରେ ସେ ମଡେଲିଂ ଦୁନିଆରେ ପ୍ରବେଶ କରିଥିଲେ। ରାମ ଗୋପାଳ ବର୍ମାଙ୍କ ‘ଥ୍ରୀଲର’ ପାଇଁ ସେ ଅଡିସନ୍ ହେଇଥିଲେ ଏବଂ ଏଥିରେ ସିଲେକ୍ଟ ମଧ୍ୟ ହୋଇଥିଲେ। ତେବେ ବର୍ତ୍ତମାନ ସେ ଏହି ଫିଲ୍ମର ସୁଟିଂ କରୁଛନ୍ତି। ରାମଙ୍କ ଭଳି ଜଣେ ପ୍ରଖ୍ୟାତ ନିର୍ଦ୍ଦେଶକଙ୍କ ସହ କାମ କରିବା ବହୁତ ବଡ଼ ସୌଭାଗ୍ୟର କଥା ବୋଲି ସେ କହିଛନ୍ତି। ଏହା ସହ ସେ ଜଣେ ଓଡ଼ିଆ ବୋଲି ମଧ୍ୟ ଗର୍ବ ଅନୁଭବ କରନ୍ତି ଏବଂ ସେ ଓଡ଼ିଶାକୁ ବହୁତ ଭଲ ପାଆନ୍ତି ବୋଲି ଟୁଇଟ୍ କରି କହିଛନ୍ତି।

Comment