ଓଡ଼ିଶାଲାଇଭ୍ ବ୍ୟୁରୋ

ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ରେଜଲ୍ଟ ଆଜି ପ୍ରକାଶ ପାଇବ। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଟୁଇଟ କରି ସୂଚନା ଦେଇଛନ୍ତି।

ଗତକାଲି ସେ ଲେଖିଥିଲେ ଯେ, ବୁଧବାର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବ। ଏଥିପାଇଁ ସେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ଏହାପୂର୍ବରୁ ସୋମବାର ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏହାର ଗୋଟିଏ ଦିନ ପରେ ଦଶମ ଶ୍ରେଣୀ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି। ଚଳିତବର୍ଷ କିଛି ପରୀକ୍ଷା କରୋନା ଓ ଲକଡାଉନ୍ କାରଣରୁ ବାଧାପ୍ରାପ୍ତ ହୋଇଥିଲା। ତେଣୁ ଏହି ବିଷୟରେ ହାରାହାରି ମୂଲ୍ୟାୟନ ହୋଇଥିବା ଜଣାପଡ଼ିଛି।CGU new

Comment