ଓଡ଼ିଶାଲାଇଭ୍ ବ୍ୟୁରୋ

App ban

କିଛି ଦିନ ତଳେ ଭାରତୀୟ ସେନାକୁ ମୋଟ ୮୯ଟି ଆପ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ ସାମିଲ୍ ଥିଲା ଫେସବୁକ୍, ପବଜି, ଇନଷ୍ଟାଗ୍ରାମ ଭଳି ଲୋକପ୍ରିୟ ଆପ୍। ତେବେ ଏନେଇ ଜଣେ ସେନା ଅଧିକାରୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଫେସବୁକ ବ୍ୟବହାର କରିବାକୁ ଦିଆଯାଉ ବୋଲି କହିବାରୁ କୋର୍ଟ ତାଙ୍କୁ ଚାକିରି ଓ ଫେସବୁକ ମଧ୍ୟରୁ ଗୋଟିଏକୁ ଛାଡ଼ିବାକୁ ରୋକଠୋକ ଶୁଣାଇଦେଇଥିଲା।

CGU new

ଭାରତୀୟ ସେନାକୁ ନିଜ ମୋବାଇଲରୁ ସୋସିଆଲ ମିଡିଆ ସହ ଜଡ଼ିତ ୮୯ଟି ଆପ ଅନଇନଷ୍ଟଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏନେଇ ସାମରିକ ଅଧିକାରୀ ଲେଫ୍ଟନାଣ୍ଟ କର୍ନେଲ ପି.କେ ଚୌଧୁରୀ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେ କହିଥିଲେ ଯେ ଫେସବୁକ ଯୋଗେ ସମସ୍ତ ବନ୍ଧୁଙ୍କ ସହ ସଂପର୍କ ରଖିହେଉଛି। ତେଣୁ ଏହାକୁ ବ୍ୟାନ ନକରାଯାଉ। ଏହାପରେ କୋର୍ଟ ତାଙ୍କୁ କହିଥିଲା ଯେ ଯଦି ଫେସବୁକ୍ ଯଦି ଏତେ ପ୍ରିୟ ତେବେ ସେ ନିଜ ଚାକିରି ଛାଡ଼ିପାରିବେ। ତେବେ ଏନେଇ ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୨୧ରେ ହେବ।

ଭାରତୀୟ ଯବାନଙ୍କ ଫୋନରେ ଥିବା ଏହି ସବୁ ଆପ ଜରିଆରେ ଡାଟା ଲିକ୍ ହେବାର ସମ୍ଭାବନା ରହିଥିବାରୁ ଦେଶର ସୁରକ୍ଷାକୁ ଦୃଷ୍ଟିରେ ରକ୍ଷା ଏପରି ନିଷ୍ପତ୍ତି ନିଆଯାଇଥିଲା। ଏହା ପୂର୍ବରୁ ଭାରତରେ ୫୯ଟି ଟାଇନିଜ ଆପକୁ ମଧ୍ୟ ବ୍ୟାନ କରିଦିଆଯାଇଛି।

Comment